ସମ୍ବଲପୁର: ସମ୍ବଲପୁରରେ ବଡ଼ ଧରଣର ଡକାୟତି । ପୋଲିସକୁ ଦେଲେ ଖୋଲା ଚାଲେଞ୍ଜ । ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ଫାଇନାନ୍ସ କମ୍ପାନୀରୁ ଲୁଟିନେଲେ ୩୦ କେଜିର ସୁନା ଅଳଙ୍କାର । କିଛି ମୁଖାପିନ୍ଧା ଦୁର୍ବୃତ୍ତ ସମ୍ବଲପୁର ଅଇଁଠାପାଲି ବୁଢାରାଜାରେ ଥିବା ଏକ ଫାଇନାନ୍ସ କମ୍ପାନୀ ଭିତରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଏହା ପରେ ସେଠାରେ ଥିବା ପ୍ରାୟ ୩୦ କେଜି ସୁନା ଲୁଟି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଥାନାରେ ଅଭିଯୋଗ ପରେ ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଜାରି ରଖିଛି ପୋଲିସ । ଘଟଣାସ୍ଥଳରେ ଅଇଁଠାପାଲି ପୋଲିସ ପହଞ୍ଚି ତଦନ୍ତ କରୁଛି ।
ସୂଚନା ଅନୁସାରେ, ଆଜି ବୁଢାରାଜାରେ ଥିବା ମଣପୁରମ୍ ଗୋଲ୍ଡ ଫାଇନାନ୍ସ କାର୍ଯ୍ୟାଳୟ ଖୋଲିବା ମାତ୍ରେ ୧୦ରୁ ଉର୍ଦ୍ଧ୍ବ ଡକାୟତ ଭିତରେ ପଶି ସବୁ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ତାଙ୍କୁ ବାନ୍ଧି ଦେଇଥିଲେ। ପରେ ଲକର ଭିତରେ ଥିବା ୩୦ କେଜି ସୁନା ଓ ନଗଦ ଟଙ୍କା ଲୁଟକରି ଫେରାର ମାରିଥିଲେ ଦୁର୍ବୃତ୍ତ। ଖବର ପାଇ ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମଣପୁରମ୍ ଗୋଲ୍ଡ ଲୋନ୍ ସୁନା ଗହଣା ବନ୍ଧା ରଖି ଲୋନ ନେବାର ବ୍ୟବସ୍ଥା ଏଠାରେ ରହିଥାଏ।