ଭାରତ ପାଇଁ ଆସୁଛି କି ବିପଦ? କଣ ଶତ୍ରୁ ଆଣୁଚି ନୂତନ ଟେକନିକର ଅସ୍ତ୍ର? ଯୁଦ୍ଧ ମଇଦାନରେ ଯଦି ଗୋଟେ ପାଖରେ ରୋବଟ୍ ଏବଂ ଅନ୍ୟ ପକ୍ଷରେ ମଣିଷ ଭିତରେ ଯୁଦ୍ଧ ହୁଏ ତେବେ କିଏ ଜିତିବ? ଆଗକୁ ଯୁଦ୍ଧ ମଇଦାନରେ ଏପରି କିଛି ଦେଖିବାକୁ ମିଳିପାରେ ବୋଲି ଚିନ୍ତା କରାଯାଉଛି । କାହିଁକି ନା ଚୀନ୍ ଏକ ରୋବୋଟିକ୍ ଡଗ୍ (କୁକୁର) ଡେଭଲପ୍ କରିଛି । ଯାହା ଆଗାମୀ ଦିନରେ ଯାଇ ଯୁଦ୍ଧ କ୍ଷେତ୍ରରେ ଅନ୍ୟ ଦେଶଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।ଯୁଦ୍ଧ ମଇଦାନରେ କିପରି ଯୁଦ୍ଧ କରାଯାଏ ସେ ସମସ୍ତ କଳା ରୋବଟରେ ଇନଷ୍ଟଲ୍ କରାଯାଇଛି । ଏହି ରୋବୋଟିକ୍ ଡଗ୍ ଆଗକୁ, ପଛକୁ, ବାମ, ଡାହଣ ଚାଲିବା ସହ ଡେଇଁ ଡେଇଁ ଆଗକୁ ବଢିପାରୁଛି । ଶତ୍ରୁ ପାଖକୁ କିପରି ଲୁଚି ଲୁଚି ଯାଇ ପହଞ୍ଚିପାରିବ ତାହା ମଧ୍ୟ ଏହି ଡଗ କରିପାରୁଛି । ଚୀନ କେବଳ ଏହି ରୋବଟିକ୍ ଡଗକୁ ଡେଭଲପ୍ କରିଛି ତା ନୁହେଁ । ରୋବୋଟିକ୍ ଡ୍ରୋନ୍ ମଧ୍ୟ ଏକ ଡେଭଲପ୍ କରାଯାଇଛି ।