ୱାଙ୍ଖେଡ଼େ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଉଛି ହାଇ ଭୋଲଟେଜ ମ୍ୟାଚ । ଚେନ୍ନାଇ ବିପକ୍ଷ ଏହି ମ୍ୟାଚର ପ୍ରଥମ ଇନିଂସରେ ଋତୁରାଜ ଏବଂ ଶିବମ ଦୁବେଙ୍କ ସହ ଭିଣ୍ଟେଜ ମାହିଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ତେବେ ଦ୍ୱିତୀୟ ଇନିଂସରେ ମୁମ୍ବାଇ ତରଫରୁ ହିଟମ୍ୟାନ ଶୋ’ ଦେଖାଇଛନ୍ତି ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମା । ଏହି ମ୍ୟାଚରେ ଏକ ବିଶାଳ ରେକର୍ଡ ହାସଲ କରିବାରେ ସଫଳ ହୋଇଛନ୍ତି ରୋହିତ । ଚେନ୍ନାଇ ବିପକ୍ଷ ଏହି ମ୍ୟାଚରେ ଛକା ମାରିବାରେ ଏକ ବୃହତ୍ ରେକର୍ଡ ନିଜ ନାମରେ କରିଛନ୍ତି । ଟି-୨୦ କ୍ରିକେଟ ଇତିହାସରେ ଭାରତର ତଥା ଏସିଆର ପ୍ରଥମ ଖେଳାଳି ଭାବରେ ୫୦୦ ଛକା ମାରିଛନ୍ତି ରୋହିତ ଶର୍ମା । ଚେନ୍ନାଇ ବିପକ୍ଷ ମ୍ୟାଚ ପୂର୍ବରୁ ରୋହିତ ଏହି ଫର୍ମାଟରେ ୪୯୭ଟି ଛକା ମାରିଥିବା ବେଳେ ଏହି ମ୍ୟାଚର ତୃତୀୟ ଛକା ତାଙ୍କୁ ଏହି ରେକର୍ଡର ସମକକ୍ଷ କରିଛନ୍ତି । ଚେନ୍ନାଇର ଷ୍ଟାର ବୋଲର ରବିନ୍ଦ୍ର ଜାଡେଜା, ତୁଷାର ଦେଶପାଣ୍ଡେ ଏବଂ ମୁସ୍ତାପିଜୁର ରହମାନଙ୍କ ବଲରେ ଛକା ମାରି ରୋହିତ ଏହି ରେକର୍ଡ ନିଜ ନାମରେ କରିଛନ୍ତି ।