ମେ’ ମାସର ପ୍ରଥମ ଦିନ LPG ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନରୁ ଆରମ୍ଭ କରି ବ୍ୟାଙ୍କ ଖାତା ଶୁଳ୍କ ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା ମେ’ ମାସରେ ଟଙ୍କା ସହ ଜଡ଼ିତ କେଉଁ ସବୁ ନିୟମରେ ପରିବର୍ତ୍ତନ ଦେଖିବାକୁ ମିଳିବ…
- Yes Bankରେ ମିନିମମ୍ ବାଲାନ୍ସର ନିୟମ: Yes Bankର ସେଭିଙ୍ଗ ଆକାଉଣ୍ଟରେ ଆଭରେଜ ବାଲାନ୍ସରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରାଯାଇଛି । ବ୍ୟାଙ୍କର ୱେବସାଇଟ ଅନୁସାରେ, ଏଣିକି ୟେସ ବ୍ୟାଙ୍କର ପ୍ରୋ ମାକ୍ସ ସେଭିଙ୍ଗ ଆକାଉଣ୍ଟ ପାଇଁ ମିନିମମ୍ ଆଭରେଜ ବାଲାନ୍ସ ୫୦,୦୦୦ ଟଙ୍କା କରାଯାଇଛି । ଏହାସହିତ ସର୍ବାଧିକ ଚାର୍ଜରେ ମଧ୍ୟ ପରିବର୍ତ୍ତନ କରି ଏହାକୁ ୧,୦୦୦ ଟଙ୍କା କରାଯାଇଛି । ସେହିପରି ‘ପ୍ରୋ ପ୍ଲସ’, ‘Yes Respect SA’ଏବଂ ‘Yes Essence SA’ ଆକାଉଣ୍ଟ ପାଇଁ ମିନିମମ୍ ଆଭରେଜ ବାଲାନ୍ସ ସୀମା ୨୫,୦୦୦ ଟଙ୍କା ଏବଂ ସର୍ବାଧିକ ଚାର୍ଜ ୭୫୦ ଟଙ୍କା ରହିଛି । ‘ଆକାଉଣ୍ଟ ପ୍ରୋ’ରେ ମିନିମମ୍ ବାଲାନ୍ସ ୧୦,୦୦୦ ଟଙ୍କା ହୋଇଥିବା ବେଳେ ସର୍ବାଧିକ ୭୫୦ ଟଙ୍କାକୁ ପରିବର୍ତ୍ତନ ହୋଇଛି ।
- ICICI ବ୍ୟାଙ୍କରେ ବଦଳିଲା ନିୟମ: ICICI ବ୍ୟାଙ୍କ ମଧ୍ୟ କାର୍ଡ ସଞ୍ଚୟ ସହ ଜଡିତ ନିୟମ ପରିବର୍ତ୍ତନ କରିବାକୁ ଯାଉଛି। ବର୍ତ୍ତମାନ ଗ୍ରାମାଞ୍ଚଳର ଗ୍ରାହକଙ୍କୁ ଡେବିଟ୍ କାର୍ଡ ପାଇଁ ବାର୍ଷିକ ୯୯ ଟଙ୍କା ଏବଂ ସହରାଞ୍ଚଳରେ ୨୦୦ ଟଙ୍କା ଦେବାକୁ ପଡିବ। ଏହାସହିତ ବ୍ୟାଙ୍କ ୨୫ ପୃଷ୍ଠାର ଚେକ୍ ବୁକ୍ ପାଇଁ କୌଣସି ଶୁଳ୍କ ଆଦାୟ ନ କରିବାକୁ ନିଷ୍ପତ୍ତି ନେଇଛି, କିନ୍ତୁ ଏହା ପରେ ଚେକ୍ ବୁକ୍ ର ପ୍ରତ୍ୟେକ ପୃଷ୍ଠା ପାଇଁ ୪ ଟଙ୍କା ଚାର୍ଜ ଦେବାକୁ ପଡିବ। IMPS ଟ୍ରାଞ୍ଜାକ୍ସନ ଆମାଉଣ୍ଟ ୨.୫୦ ରୁ ଆରମ୍ଭ କରି ୧୫ ଟଙ୍କା ପ୍ରତି ଟ୍ରାଞ୍ଜାକ୍ସନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
- HDFC ଗାଇଡଲାଇନ୍: ବରିଷ୍ଠ ନାଗରିକଙ୍କ ପାଇଁ HDFC ବ୍ୟାଙ୍କ ଏକ ସ୍ୱତନ୍ତ୍ର FD ଯୋଜନା ଆରମ୍ଭ କରିଛି । ଏଥିରେ ସାମିଲ ହେବାର ଶେଷ ତାରିଖ ହେଉଛି ମେ ୧୦ । ଏହି ଯୋଜନାରେ ବରିଷ୍ଠ ନାଗରିକଙ୍କ ପାଇଁ ୦.୭୫% ଅତିରିକ୍ତ ସୁଧ ହାର ଉପଲବ୍ଧ ରହିଛି, ଯାହାଦ୍ୱରା ସେମାନେ ୫ ରୁ ୧୦ ବର୍ଷର FD ଯୋଜନାରେ ୭.୭୫% ହାରରେ ସୁଧ ପାଇପାରିବେ । ଏହି ଯୋଜନା ଅଧୀନରେ ବରିଷ୍ଠ ନାଗରିକମାନେ ସର୍ବାଧିକ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ।
- LPG ଗ୍ୟାସ ଦର ପରିବର୍ତ୍ତନ: ପ୍ରତ୍ୟେକ ମାସର ପ୍ରଥମ ଦିନରେ ତୈଳ କମ୍ପାନୀଗୁଡିକ ଘରୋଇ ଏବଂ ବ୍ୟବସାୟିକ LPG ଗ୍ୟାସ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରନ୍ତି । ତେଣୁ ମେ’ ମାସର ପ୍ରଥମ ଦିନରେ ଗ୍ୟାସ ମୂଲ୍ୟ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଯଦି ମୂଲ୍ୟ ବୃଦ୍ଧି ହୁଏ, ତେବେ ଏହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ ।