ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସେମାନେ ଭାରତ-ରୁଷ୍ ସ୍ୱତନ୍ତ୍ର ଏବଂ ରଣନୈତିକ ଭାଗୀଦାରିକୁ ଅଧିକ ସୁଦୃଢ଼ କରିବା ପାଇଁ ଭବିଷ୍ୟତ ପଦକ୍ଷେପ ନିମନ୍ତେ ଏକ ରୋଡ୍ମ୍ୟାପ୍ ବିକଶିତ କରିବାକୁ ରାଜି ହୋଇଥିଲେ। ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ୨୦୨୪ରେ ବ୍ରିକ୍ସରେ ରୁଷ୍ର ଅଧ୍ୟକ୍ଷତା ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଭାରତର ସମ୍ପୂର୍ଣ୍ଣ ସମର୍ଥନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଦୁଇ ନେତା ନିରନ୍ତର ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।