ପଶ୍ଚିମ ଓଡ଼ିଶାରେ ପାଳିତ ହେଇଛି ସମ୍ବଲପୁରୀ ଦିନ୍। ଅଗଷ୍ଟ ୧ ତାରିଖରେ ପାଳିତ ହୁଏ ଏହି ଦିନ। କୋଶଳୀ ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ।
ସମଗ୍ର ପଶ୍ଚିମ ଓଡ଼ିଶାରେ ଲୋକେ ସମ୍ବଲପୁରୀ ପୋଷାକ ପିନ୍ଧି ବିଭିନ୍ନ ସ୍ଥାନରେ ନାଚ ଗୀତର ଆସର ଜମଇେଥିବାର ଦେଖିବାକୁ ମିଳିଛି।
ପ୍ରତିବର୍ଷ ଏହି ଅବସରରେ ପୂରା ପଶ୍ଚିମାଞ୍ଚଳ ଉତ୍ସବମୁଖର ହୋଇପଡ଼େ। ସମ୍ବଲପୁରିଆ ଭାବେ ଗର୍ବ କରୁଥିବା ପ୍ରତିଟି ମଣିଷ ଏହିଦିନ ସମ୍ବଲପୁରୀ ବସ୍ତ୍ର ଏବଂ ସମ୍ବଲପୁରୀ ଖାଦ୍ୟ ଗ୍ରହଣ କରି ଏହି ଦିବସ ପାଳନ କରିଥାନ୍ତି। ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ସମ୍ବଲପୁରୀ ଭାଷା, ସଂସ୍କୃତି, କଳା ଏବଂ ଐତିହ୍ୟ ସ୍ୱତନ୍ତ୍ର। ଏହାକୁ ଆହୁରି ପ୍ରଚାର ପ୍ରସାର କରି ଏହି ଦିବସର ଉଦ୍ଦେଶ୍ୟ। ବିଶେଷ କରି ସମ୍ବଲପୁରୀ ନୃତ୍ୟର ଆଦର ଖୁବ୍ ବେଶୀ। ଦେଶ ବିଦେଶରେ ଏହା ପରିଚିତ। ସମ୍ବଲପୁରୀ ଲୋକଗୀତ କାନରେ ପଡ଼ିଲେ ମତୁଆଲା ହୋଇଥାନ୍ତି ଲୋକ। ଗୀତର ତାଳେ ତାଳେ ନାଚି ଉଠେ ପାଦ। ଏହି ଦିବସରେ ସ୍ଥାନେ ସ୍ଥାନେ ଲୋକ ସମ୍ବଲପୁରୀ ନୃତ୍ୟ କରିଥାନ୍ତି। ସମ୍ବଲପୁରୀ ସଙ୍ଗୀତରେ ଢୋଲ ,ମାଦଳ , ନିସାନ, ତାସା, ପାଖୋଜ, ବଂଶୀ, ବୀର, କାହାଳି, ଗିନି, ଏକତାରା, ମହୁରୀ, ଘୁଲଗୁଲା, ଘୁଙ୍ଗୁର, ଝାଞ୍ଜ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର ହୋଇଥାଏ। ତେଣୁ ଏଠାକାର ସଙ୍ଗୀତର ସ୍ୱତନ୍ତ୍ରତା ବାରି ହୋଇପଡ଼େ। କେବଳ ଏତିକି ନୁହେଁ ସମ୍ବଲପୁରୀ ଭାଷା ମଧ୍ୟ ମଧୁର। ରାଜ୍ୟବ୍ୟାପୀ ଲୋକେ ସମ୍ବଲପୁରୀ ଭାଷାକୁ ଆଦର କରିଥାନ୍ତି। ଏଠିକାର ପର୍ବ ମଧ୍ୟ ସବୁଠୁ ନିଆରା। ଶୀତଲ ଷଷ୍ଠୀ, ନୂଆଖାଇ, ଭାଇଜୋଊତିଆ, ପୁଅଜୋଊତିଆ ଆଦି ପର୍ବ ସମ୍ବଲପୁର ବଡ଼ ପର୍ବ। ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରିଥାନ୍ତି ସମ୍ବଲପୁରବାସୀ। ଏହି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୁଅନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ। ବିଭିନ୍ନ ସଂଗଠନ ଏହାକୁ ବିଭିନ୍ନ ଜିଲ୍ଲାରେ ପାଳନ କରିଆସୁଛନ୍ତି। ସମ୍ବଲପୁରୀ ଭାଷାର ସଂସ୍କୃତିର ପ୍ରଚାର ହିଁ ଏହାର ଏକମାତ୍ର ଲକ୍ଷ୍ୟ। ଏଣେ ସମ୍ବଲପୁରୀ ଦିନ୍ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜ ଟୁଇଟରରେ ଲେଖିଛନ୍ତି, ସମ୍ବଲପୁରୀ ଦିନ୍ ଉଧେ ସମସ୍ତଙ୍କୁ ମୋର୍ ଗୁର୍ଦୁଟେ ଶୁଭେଚ୍ଛା। ଇଥିର୍ ଉଧେ ବିଶିଷ୍ଟ ସାହିତ୍ୟିକ୍ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ମୋର ସମ୍ମାନ୍ ଆଉ ଶ୍ରଦ୍ଧାଞ୍ଜଳି ଜନଉଛେଁ।
ସମ୍ବଲପୁରୀ ଦିନ୍ ଉଧେ ସମସ୍ତଙ୍କୁ ମୋର୍ ଗୁର୍ଦୁଟେ ଶୁଭେଚ୍ଛା। ଇଥିର୍ ଉଧେ ବିଶିଷ୍ଟ ସାହିତ୍ୟିକ୍ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ମୋର ସମ୍ମାନ୍ ଆଉ ଶ୍ରଦ୍ଧାଞ୍ଜଳି ଜନଉଛେଁ। ସମକିରର୍ ହାତ୍ ଲାଗିକରି ପଶ୍ଚିମ୍ ଓଡ଼ିଶା ତଥା ଓଡ଼ିଶାର୍ ବିକାଶ୍ କେ ଗୁଟେ ନୂଆ ଦିଗ୍ ମିଲୁ। ଜୟ ମା' ସମଲେଇ 🙏 pic.twitter.com/aCWTpsEKDy
— Naveen Patnaik (@Naveen_Odisha) August 1, 2023
ସମକିରର୍ ହାତ୍ ଲାଗିକରି ପଶ୍ଚିମ୍ ଓଡ଼ିଶା ତଥା ଓଡ଼ିଶାର୍ ବିକାଶ୍ କେ ଗୁଟେ ନୂଆ ଦିଗ୍ ମିଲୁ। ଜୟ ମା’ ସମଲେଇ।ଠିକ୍ ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇ ନିଜ ଟୁଇଟରରେ ଲେଖିଛନ୍ତି, “ସମ୍ବଲପୁରୀ ଦିନ୍”ର ସନ୍ଦେଶ୍ ହେଉଛେ ସମ୍ବଲପୁର୍ ଅଂଚଲ୍ର ଉଚ୍ଚାଦର୍ଜାର୍ ସଂସ୍କୃତିକେ ଆଧାର୍ କରି ଭାଇଚାରା ବଢାମା । ଇ ଅବସର୍ଥି ସବୁ ମାଁ-ବୁହେନ୍ ଆଉ ଦାଦା-ଭାଏ ମାନ୍କୁଁ ମୋର୍ ଶୁଭେଚ୍ଛା ଜନଉଛେଁ। ସମ୍ବଲପୁରୀ ସାହିତ୍ୟର ପ୍ରଖ୍ୟାତ ସାଧକ ସ୍ଵର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି।