ଓଡିଶାର ପୁରୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମୁଁ ଅନୁତାପ କରିବାକୁ ଆଗାମୀ ୩ ଦିନ ଉପବାସ କରିବି।ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ପରେ ସଫେଇ ଦେଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର। ଶ୍ରୀଜଗନ୍ନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଦେଇଥିବା ମନ୍ତବ୍ୟ ପରେ ଭୁଲ ସ୍ୱୀକାର କରିଛନ୍ତି। ଭୁଲ ପାଇଁ ତିନି ଦିନ ଉପବାସ କରିବେ ବୋଲି କହିଛନ୍ତି। ଏକ୍ସରେ ପୋଷ୍ଟ କରି ସମ୍ବିତ ପାତ୍ର କହିଛନ୍ତି ଭୁଲ ବଶତଃ ଉଚ୍ଚାରଣ ହୋଇଥିଲା। ପୁରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ’ର ସଫଳତା ପରେ ମୁଁ ଅନେକ ମିଡିଆ ଚ୍ୟାନେଲକୁ ବିବୃତ୍ତି ଦେଇଥିଲି। ଏହି ସମୟ ମଧ୍ୟରେ ମୁଁ ସବୁଆଡେ କହିଥିଲି ଯେ ପ୍ରଧାନମନ୍ତ୍ରୀ ମୋଦି ଭଗବାନ ଜଗନ୍ନାଥଙ୍କ ଭକ୍ତ, କିନ୍ତୁ ଗୋଟିଏ ସ୍ଥାନରେ ମୁଁ ହଠାତ୍ ବିପରୀତ ବିବୃତ୍ତି ଦେଇଥିଲି। ଆପଣ ଜାଣନ୍ତି ଯେ ବେଳେବେଳେ ଟଙ୍ଗ୍ ସ୍ଲିପ ହୁଏ, ତେଣୁ ଏହାକୁ ଏକ ରାଜନୀତି କରନ୍ତୁ ନାହିଁ।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ ବୋଲି କହିବା ବଦଳରେ ମୋଦୀଙ୍କ ଭକ୍ତ ବୋଲି ଉଚ୍ଚାରଣ କରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ହେବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବିତଙ୍କ ଏଭଳି ମନ୍ତବ୍ୟକୁ କଡା ନିନ୍ଦା କରିଥିଲେ।