‘ରାମ ରାମେତି ରାମେତି ରମେ ରାମେ ମନୋରମେ, ସହସ୍ରନାମ ତତ୍ତୁଲ୍ୟଂ ରାମ ନାମ ବରାନନେ ..’ ଅର୍ଥାତ ଯିଏ ମଧ୍ୟ ରାମନାମ ଜପ କରେ, ସେ ରାମଙ୍କ ଆତ୍ମାରେ ରୁହେ । ହଜାର ନାମ ସହ ସମାନ ଏହି ରାମନାମ .. ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ସ୍ୱାଗତ ପାଇଁ ଯେତେ ସବୁ ପ୍ରସ୍ତୁତି । ଆଜି ପବିତ୍ର ରାମ ନବମୀ । ଚଳଚଞ୍ଚଳ ଅଯୋଧ୍ୟା । କିନ୍ତୁ ସେଥିରୁ ଆମ ଓଡିଶା ବି ବାଦ ପଡିନି .ଗାଁ ଠୁ ସହର ଆଜି ସବୁ ରାମମୟ .ତେବେ ସେଇ ମର୍ଯ୍ୟାଦା ପୁରୁଷଙ୍କ ପବିତ୍ର ରାମନବମୀ ଉପଲକ୍ଷେ ପୁରୀ ବେଳାଭୂମିରେ ଶ୍ରୀରାମଙ୍କ ସୁନ୍ଦର କଳାକୃତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ତିଆରି କରିଛନ୍ତି। ପ୍ରଭୁ ଶ୍ରୀରାମଙ୍କ ଏହି ସୁନ୍ଦର କଳାକୃତି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୨୦ ଫୁଟର ବାଲକ୍ ରାମଙ୍କ ଏହି ବାଲୁକା କଳାରେ ପ୍ରାୟ ୧୨ ଟନ୍ ବାଲି ବ୍ୟବହାର କରାଯାଇଥିବା ସୂଚନା ଦେଇଛନ୍ତି ସୁଦର୍ଶନ। ବାଲକ୍ ରାମଙ୍କ ଏହି ବାଲୁକା କଳା ଦେଖିବାକୁ ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି।