ବେଆଇନ ଭାବେ ଛିଡା ହୋଇଛି କି ଶଙ୍ଖ ଭବନ? ସରକାରରେ ଥିବାବେଳେ ଏହି ଭବନ ନିର୍ମାଣ ପାଇଁ ଆଇନକୁ ମୋଡି ମକଚି ଦିଆଯାଇଛି କି? କେମିତି ସଡ଼କ ବା ଉପଗଳି କିସମକୁ ଘରବାଡିରେ ପରିଣତ କରାଗଲା? ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍।
ଭୁବନେଶ୍ୱରସ୍ଥିତ ବିଜେଡି ମୁଖ୍ୟ କାର୍ଯ୍ୟାଳୟ-ଶଙ୍ଖ ଭବନ ନିର୍ମାଣକୁ ନେଇ ସରଗରମ ରାଜ୍ୟ ରାଜନୀତି। ବିବାଦୀୟ ଜମିରେ ଠିଆ ହୋଇଛି କି ବିଜେଡି ହେଡ୍ ଅଫିସ୍? ବେଆଇନ୍ ନିର୍ମାଣ ନେଇ ଅଭିଯୋଗ ଉଠିବା ପରେ ସରକାରଙ୍କ ତତ୍ପରତା। ରାଜସ୍ୱ ମନ୍ତ୍ରୀ କହିଲେ ଆଇନ୍ ଉଲ୍ଲଂଘନ ହୋଇଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଉ ଆରପଟେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ପାଲଟା ଅଭିଯୋଗ କରି କହିଛି କୌଣସି ବେଆଇନ୍ ନିର୍ମାଣ ହୋଇନି। ବିଜେପିର ଏହା ଅସୂୟା ଭାବ।