୩ ଦିନ ହେଲା ସୁନ୍ଦରଗଡ଼ରେ ଅଦିନିଆ ବର୍ଷା ଲାଗି ରହିଛି। ତାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି ଆଜି ସମସ୍ତ ସ୍କୁଲକୁ ଦିନିକିଆ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାପାଳଙ୍କ ନର୍ଦ୍ଦେଶ ପରେ ସମସ୍ତ ସ୍କୁଲକୁ ସୂଚୀତ କରି ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ।ସୋମବାରଠାରୁ ସୁନ୍ଦରଗଡ଼ ଜିଲ୍ଲାରେ ଲାଗି ରହିଥିଲା ମେଘୁଆ ପାଗ। ରାତିରେ ମାଡ଼ି ଆସିଥିଲା ଅଦିନିଆ ବର୍ଷା। ମଙ୍ଗଳବାର ଠାଏ ଠାଏ ଓ ବୁଧବାର ସକାଳୁ ସନ୍ଧ୍ୟା ଯାଏ ଝିପିଝିପି ବର୍ଷିଥିଲା। ମଙ୍ଗଳବାର ୫୧. ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ୫୭.୮୦ ମିଲିମିଟରେ ପହଞ୍ଚିଥିଲା। ଜିଲ୍ଲା ଜରୁରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ହେମଗିର ବ୍ଲକରେ ୨ ମିଲିମିଟର ବର୍ଷା ହୋଇଛି।ଏହିଭଳି ଭିନ୍ନ ଭିନ୍ନ ସ୍ଥାନରେ ଅଧିକ ମାତ୍ରାରେ ବର୍ଷା ରେକର୍ଡ ହୋଇଛି।