ପାରାଦୀପ: ନିର୍ଦ୍ଦୟତାର ସବୁ ସୀମା ପାର୍ କଲେ ଶିକ୍ଷୟିତ୍ରୀ । ଗଣିତ ଖାତା ନଦେଖାଇବାରୁ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ଅମାନୁଷିକ ମାଡ଼ । ପାରାଦୀପର ଏକ ଘରୋଇ ସ୍କୁଲରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଛାତ୍ର ଜଣଙ୍କ ଘରେ ପହଞ୍ଚି ବସି ଉଠି ପାରୁନଥିବାରୁ ପରିବାର ସଦସ୍ୟ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭେଟି ଅଭିଯୋଗ କରିଥିଲେ ଅଭିଭାବକ। ମାତ୍ର ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରଙ୍କ ବାପାଙ୍କୁ ଗେଟ ବାହାରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜଣେ ତୃତୀୟ ଶ୍ରେଣୀର ଛାତ୍ର ଗଣିତ ଖାତା ନଦେଖାଇବାରୁ ଶିକ୍ଷୟିତ୍ରୀ ତାଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିବା ସହ ମାଡ଼ ମାରି ନୋଳା ଫଟାଇଦେଇଛନ୍ତି ।
ଏନେଇ ପରିବାର ଲୋକେ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ବେଳେ ଛାତ୍ର ଜଣକର ଡାକ୍ତରୀ ପରୀକ୍ଷା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉକି, ଶିକ୍ଷୟିତ୍ରୀଙ୍କ ମାଡ଼ରେ ଗୁରୁତର ଛାତ୍ର ମାନସିକ ସ୍ତରରେ ଭାଙ୍ଗି ପଡିଥିବା ବେଳେ, ସ୍କୁଲର ପ୍ରିନ୍ସିପାଲ ଛାତ୍ରଙ୍କ ବାପାଙ୍କୁ ଗେଟ୍ ବାହାରେ ରହିବା ପାଇଁ ନିର୍ଦ୍ଦେଶ ଦେବା ଘଟଣା ପାରାଦ୍ଵୀପରେ ଆଲୋଡନ ସୃଷ୍ଟି କରିଛି ।