ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଖପରାପଦା କ୍ଷୀରୋଦା ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶନିବାର ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ଏହି ମେଳାକୁ ଅବସର ପ୍ରାପ୍ତ ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ବୀର ମାଧବ ଦାସ, ଜାମଶୂଳୀ ଲଷ୍ମୀ ନାରାୟଣ କଲେଜ ଗଣିତ ବିଭାଗ ମୁଖ୍ୟ ଅଧ୍ୟାପକ ଡା ସୁକାନ୍ତ କୁମାର ଗିରି, ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଅବସର ପ୍ରାପ୍ତ ସେନା ଅଧିକାରୀ ମାନସ ବେହେରା ପ୍ରମୁଖ ମିଳିତ ଭାବେ ମେଳାକୁ ଉଦଘାଟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟା ଅଞ୍ଜନା ମିଶ୍ର ଅତିଥି ପରିଚୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମେଳାକୁ ଗୁରୁମା କୃଷ୍ଣା ସୁର, ଜଳଧର ଦେ, ଚିନ୍ମୟୀ କର, ଝୁନା ରାଣୀ ଦାସ, ବିଦ୍ୟୁତ ପ୍ରଭା ଦେ, ରାଜେଶ ଦେ, ସୁକାନ୍ତ ପ୍ରଧାନ, ଅନ୍ନପୂର୍ଣ୍ଣା ଜେନା ପ୍ରମୁଖ ମେଳାକୁ ପରିଚାଳନା କରିଥିଲେ। ମେଳରେ ୨୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଶ୍ରେଷ୍ଠ ପ୍ରକଳ୍ପକୁ ପୁରସ୍କୃତ କରାଯାଇ ଥିଲା।ଗୁରୁଜୀ ନିର୍ମଳ କୁମାର ଧଳ ଧନ୍ୟବାଦ ଅର୍ପଣ କରିଥିଲେ।