OPSC ଚେୟାରମ୍ୟାନ୍ ହେଲେ ବରିଷ୍ଠ IPS ଅରୁଣ ଷଡ଼ଙ୍ଗୀ । ୬ ବର୍ଷ ପାଇଁ ନିଯୁକ୍ତ କଲେ ରାଜ୍ୟ ସରକାର । ବର୍ତ୍ତମାନ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି IPS ଅରୁଣ ଷଡ଼ଙ୍ଗୀ । ଆଗକୁ OPSC ଚେୟାରମ୍ୟାନ୍ ଦାୟୀତ୍ୱ ତୁଲାଇବେ ଅରୁଣ ଷଡ଼ଙ୍ଗୀ । ପୂର୍ବରୁ ସେ ଇନଚାର୍ଜ ପୋଲିସ ଡିଜି ଭାବେ କାମ କରିଥିଲେ । ଏନେଇ ବିଜ୍ଞପ୍ତି ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ। ବରିଷ୍ଠ ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ବର୍ତ୍ତମାନ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ଏହାପୂର୍ବରୁ ଇନ୍ଚାର୍ଜ ପୁଲିସ ଡିଜି ଥିଲେ ଅରୁଣ ଷଡ଼ଙ୍ଗୀ। ସେପଟେ ପୂର୍ବରୁ ଆଇଏଏସ୍ ସତ୍ୟଜିତ୍ ମହାନ୍ତି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ସେ ଗତବର୍ଷ ପଦବୀରୁ ଅବସର ନେଇଥିଲେ। ଏହାପରେ ରାଜ୍ୟ ସରକାର ଓପିଏସସି ସଦସ୍ୟ ସନତ କୁମାର ମହାନ୍ତିଙ୍କୁ ଆୟୋଗର ଇନଚାର୍ଜ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନ୍ୟସ୍ତ କରିଥିଲେ। ୨୦୨୩ ଅଗଷ୍ଟ ୩ତାରିଖରୁ ଓପିଏସସି ସଦସ୍ୟ ସନତ କୁମାର ମହାନ୍ତି ଓପିଏସସିର ଇନଚାର୍ଜ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।