କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିକୃତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦିଲ୍ଲୀ ପୋଲିସ ଆକନ୍ସ ମୋଡରେ । ଏହି ଭିଡିଓ ମାମଲାକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କ ସମେତ ୮ଜଣଙ୍କୁ ନୋଟିସ ଜାରି କରାଯାଇଛି । ପଚରାଉଚରା ନିମନ୍ତେ ଦିଲ୍ଲୀ ଡକାଯାଇଛି ଏହି ୮ ଜଣଙ୍କୁ । ସାଙ୍ଗରେ ନିଜ ମୋବାଇଲ ଆଣିବାକୁ କୁହାଯାଇଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କୁ ଆସନ୍ତା ୧ ତାରିଖରେ ହାଜର ହେବାକୁ କୁହାଯାଇଛି ।