ନିର୍ବାଚନ କମିଶନଙ୍କ ନୋଟିସ ପରେ ମିଶନ ଶକ୍ତି ନିର୍ଦ୍ଦେଶିକା ସୂଜାତା କାତ୍ତିକେୟନଙ୍କୁ ବଦଳି କରାଯାଇ ଅର୍ଥ ବିଭାଗରେ ଅବସ୍ଥାପିତ କରାଯାଇଛି । ତାଙ୍କ ସ୍ଥାନରେ ଶାଳିନୀ ପଣ୍ଡିତଙ୍କୁ ନୂଆ ମିଶନ ଶକ୍ତି ସଚିବ ଭାବେ ଅତିରିକ୍ତି ଦାୟିତ୍ୱ ଦିଆଯାଇଛି । ଶାଳିନୀ ସ୍ୱାସ୍ଥ୍ୟ ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏହା ସହ ସେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ ।