ଚମ୍ପୁଆ: ବୈତରଣୀ ନଦୀକୁ ଡେଇଁ ପଡ଼ିଲେ ଦୋକାନୀ। ନଦୀରେ ଭାସୁଛି ତାଙ୍କ ମୃତଦେହ। ଚମ୍ପୁଆରେ ପୋଲରୁ ବୈତରଣୀ ନଦୀକୁ ଦୋକାନୀ ଜଣକ ଡେଇଁପଡି ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ବସନ୍ତ ପାତ୍ର । ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ଘଟିଛି। ଚମ୍ପୁଆରେ ବୈତରଣୀ ନଦୀ ପୋଲରେ ନିଜର ସ୍କୁଟି ରଖି ସେ ଡେଇଁ ପଡ଼ିଥିବା ଜଣାଯାଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବସନ୍ତଙ୍କର ଏକ ଦୋକାନ ରହିଛି। ଗତ ରାତି ୧୧ଟା ବେଳେ ସେ ନିଜ ସ୍କୁଟିକୁ ଚମ୍ପୁଆ ବୈତରଣୀ ପୋଲ ଉପରେ ରଖି ନଦୀକୁ ଡେ଼ଇଁ ପଡ଼ିଥିଲେ। ତାଙ୍କ ମୃତଦେହ ବୈତରଣୀ ନଦୀରେ ଭାସୁଥିବା ଦେଖିବାକୁ ମିଳିଛି।