ଏପଟେ ଜିତିଗଲେ ସିଦ୍ଧାନ୍ତ ଆଉ ସେପଟେ ଜିତିଗଲେ ରଚନା । ନିର୍ବାଚନରେ ଜିତିବା ପାଇଁ ଉଭୟଙ୍କର ସ୍ଟ୍ରାଟେଜୀ ସକ୍ସେସ ହୋଇଛି । ଚଳଚିତ୍ର ଜଗତରେ ଉଭୟ ଯେମିତି ସଫଳତା ପାଇଥିଲେ, ସେହିପରି ରାଜନୀତିରେ ମଧ୍ୟ ଉଭୟ ସଫଳତା ପାଇଛନ୍ତି । ଦିଗପହଣ୍ଡିରୁ ସିଦ୍ଧାନ୍ତ ୧୬୬୪୩ ହଜାରରୁ ଅଧିକ ଭୋଟରେ ଜିତି ଯାଇଛନ୍ତି, ଆଉ ସେପଟେ ରଚନା ବାନାର୍ଜୀ ୭୫୮୩୬ ଖଣ୍ଡ ଭୋଟରେ ଜିତି ଯାଇଛନ୍ତି । ସିଦ୍ଧାନ୍ତ ମହାପାତ୍ର ଆଗରୁ ବ୍ରହ୍ମପୁରରେ ଦୁଇ ଦୁଇ ଥର ସାଂସଦ ଭାବରେ ନିର୍ବାଚିତ ହୋଇ ସାରିଛନ୍ତି । ସେ ଅତି ନିକଟରୁ ଦେଖିଛନ୍ତି, ରାଜନୀତି କେମିତି ହୁଏ ? ସେତେବେଳେ ବ୍ରମହପୁର ବାସୀଙ୍କ ମନ ଜିଣି ପାରି ଦୁଇ ଦୁଇ ଥର ସଂସଦ ହୋଇଥିଲେ । ସେହିପରି ୱେଷ୍ଟବେଙ୍ଗଲର ହୁଗୁଳୀ ନିର୍ବାଚନ ମଣ୍ଡଳୀରେ ମଧ୍ୟ,ଲୋକଙ୍କ ସେବା କରିବାକୁ ରଚନା ବାନାର୍ଜୀ ଘର ଘର ବୁଲି ଭୋଟ ମାଗିଥିଲେ । ତୃଣମୂଳ କଂଗ୍ରେସ ତରଫରୁ ଟିକେଟ ପାଇ ନିର୍ବାଚନ ଲଢେଇରେ ଡ୍ରିମ ଡେବ୍ୟୁ କରିଥିଲେ ରଚନା ବାନାର୍ଜୀ ।