ଶୁଣି ପାରୁନାହାନ୍ତି ଗାୟିକା ଅଳକା ୟାଗ୍ନିକ। ହିଅରିଂ ଲସ୍ ରୋଗର ଶିକାର ହୋଇଥିବା ନେଇ ଦେଲେ ସୂଚନା। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ତାଙ୍କର ଶ୍ରବଣ ଶକ୍ତି ଚାଲିଯାଇଥିବା କହିଛନ୍ତି। କିଛି ସପ୍ତାହ ତଳେ ବିମାନ ଯାତ୍ରା ସମୟରେ ହଠାତ୍ ସେ କିଛି ବି ଶୁଣିପାରି ନିଥିଲେ, ଏହାପରେ ତାଙ୍କୁ ବିରଳ ଶ୍ରବଣଶକ୍ତି ଜନିତ ନ୍ୟୁରାଲ ନର୍ଭ ହିଅରିଂ ଲସ୍ ହୋଇଥିବା ଜଣାପଡ଼ିଛି। ଅଳକା ୟାଗ୍ନିକ ନିଜର ଏକ ଫଟୋ ଶେଆର କରିବା ସହ ରୋଗ ବାବଦରେ ଫ୍ୟାନଙ୍କୁ ସୂଚନା କହିଛନ୍ତି। ସେ କହିଛନ୍ତି, “ମୋର ସମସ୍ତ ପ୍ରଶଂସକ, ବନ୍ଧୁ, ଅନୁଗାମୀ ଏବଂ ଶୁଭେଚ୍ଛୁମାନଙ୍କୁ କହିବାକୁ ଚାହେଁ ଯେ, କିଛି ସପ୍ତାହ ପୂର୍ବରୁ ଯେତେବେଳେ ମୁଁ ବିମାନରୁ ବାହାରକୁ ଆସିଲି, ହଠାତ୍ ମୋତେ କିଛି ନ ଶୁଭିବା ଭଳି ଲାଗିଲା। ମୋର ଶ୍ରବଣଶକ୍ତି ଜନିତ ସମସ୍ୟା ଥିବା ଜଣାପଡିଛି।”ମୁଁ କାହିଁକି କିଛି ଦିନ ହେବ କାର୍ଯ୍ୟରୁ ବିରତ ରହିଥିଲି, ସେନେଇ ମୋତେ ଅନେକ ଲୋକ ପଚାରିଛନ୍ତି। ବର୍ତ୍ତମାନ ଘଟଣାର କିଛି ଦିନ ପରେ ସାହସ ଯୁଟାଇ ମୁଁ ମୋର ବନ୍ଧୁ ଏବଂ ଶୁଭେଚ୍ଛୁମାନଙ୍କୁ ଏ ବାବଦରେ କହୁଛି। ସେ ଆହୁରି କହିଛନ୍ତି ଯେ, “ଭାଇରାଲ୍ ଆଟାକ୍ କାରଣରୁ ମୋର ଡାକ୍ତରମାନେ ମୋତେ ଏକ ବିରଳ ନ୍ୟୁରଳ ନର୍ଭ ହିଅରିଂ ରୋଗ ଚିହ୍ନଟ କରିଛନ୍ତି। ହଠାତ୍ ଏପରି ଏକ ବଡ଼ ଧକ୍କା ମୋତେ ଆଶ୍ଚର୍ଯ୍ୟ କରିଦେଇଛି। ମୁଁ ଏଥିରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛି। ଦୟାକରି ମୋ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ।