ଖୁବଶୀଘ୍ର ସୌମ୍ୟ ରଞ୍ଜନ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ । ତାଙ୍କୁ ବିଜୁ ଜନତା ଦଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ ହୋଇଥିଲା । ତେବେ ତାଙ୍କରୀ ସର୍ତ୍ତକୁ ନେଇ ବିଜେଡି ସହମତି ପ୍ରକାଶ କରିନଥିଲା । ବିଜେପିର ପ୍ରଥମ ରାଜ୍ୟ ସଭାପତି ଭାବେ ପରିଚିତ ସୌମ୍ୟ ରଞ୍ଜନଙ୍କୁ ବିଜେପିକୁ ଆଣିବା ପାଇଁ ରାଜ୍ୟ ନେତୃତ୍ୱ ସହ କେନ୍ଦ୍ରର ଜଣେ ବରିଷ୍ଠ ନେତା ଉଦ୍ୟମ ଆରମ୍ଭ କରିଛନ୍ତି । ଖୁବଶୀଘ୍ର ସୌମ୍ୟ ରଞ୍ଜନ ବିଜେପିରେ ଯୋଗ ଦେବେ ଏବଂ କେନ୍ଦୁଝର ଲେକାସଭା ଆସନ ଅନ୍ତର୍ଗତ ଘସିପୁରାରୁ ସୌମ୍ୟ ରଞ୍ଜନ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।