– ଉତ୍ତରାଖଣ୍ଡ ରେ ଆୟୋଜିତ ହେଉଥିବା ୩୮ ତମ ନେସନାଲ ଗେମ୍ ରେ ଭାଗ ନେବା ପାଇଁ ଓଡ଼ିଶା ରଗବୀ ଫୁଟବଲ ଦଳ ଆଜି ସେମିଫାଇନାଲ ରେ ମହାରାଷ୍ଟ୍ର ଠାରୁ ସଂଘର୍ଷ କରି ଶେଷ ମୁହୂର୍ତ୍ତ ରେ ୧୨-୭ ରେ ପରାସ୍ତ ହୋଇ ତୃତୀୟ ସ୍ଥାନ ପାଇଁ ପଶ୍ଚିମବଙ୍ଗ ସହ ଖେଳି ୨୬-୧୦ରେ ବିଜୟ ହୋଇ ବ୍ରୋଞ୍ଜ୍ ପଦକ ପାଇଛି।ଓଡ଼ିଶା ଦଳରେ ଯାଜପୁର ଜିଲ୍ଲା ର ଦଶରଥପୁର ର ସୌମ୍ୟ ରଂଜନ ସ୍ୱାଇଁ ଖେଳାଳୀ ଭାବେ ଚୟନ ହୋଇଥିବା ବେଳେ ଦଶରଥପୁର ବ୍ଲକ ଛଞ୍ଚିନା ର ଅଜୟ କୁମାର ପ୍ରଧାନ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ ତାଙ୍କର ସଫଳତାରେ ଜିଲ୍ଲା କ୍ରୀଡା ଅଧିକାରୀ ଫକିର ମୋହନ ଟୁଡୁ ବ୍ଲକ୍ ଅଧିକାରୀ ଆକାଶ ପଟ୍ଟନାୟକ, ଜିଲ୍ଲା ରଗବୀ ଫୁଟବଲ୍ ଆସୋସିଏସନ୍ ର ସଭାପତି ନାରାୟଣ ଚନ୍ଦ୍ର ସାହୁ ଓ ସଂପାଦକ ଭରତ ସାହୁ ଖେଳାଳୀ ସୌମ୍ୟ ରଞ୍ଜନ ସ୍ୱାଇଁ ଓ ମ୍ୟାନେଜର ଅଜୟ କୁମାର ପ୍ରଧାନ ଙ୍କୁ ଶୁଭେଛା ଜଣାଇଛନ୍ତି । ପ୍ରକାଶ ଥାଉକି ଚଳିତ ବର୍ଷ ଯାଜପୁର ଜିଲ୍ଲାରୁ ଏକ ମାତ୍ର ଖେଳାଳୀ ଭାବେ ସୌମ୍ୟ ରଞ୍ଜନ ଭାଗ ନେଇଥିଲେ।ଫୋଟୋ ଅଛି।