ଗତ କିଛିଦିନ ଧରି ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିବା ସହିତ ବର୍ଷାର ପରିମାଣ କମିଛି । ଚଳିତବର୍ଷ ସ୍ୱାଭାବିକ ସମୟର ଚାରିଦିନ ପୂର୍ବରୁ ମୌସୁମୀ ଓଡିଶା ଛୁଇଁଥିଲା । କେରଳ ତଟ ଛୁଇଁବାର ୮ଦିନ ପରେ ମୌସୁମୀ ଓଡିଶା ପ୍ରବେଶ କରିଥିଲା । ଚଳିତବର୍ଷ ମୌସୁମୀ ୠତୁରେ ଜୁନ ପହିଲାରୁ ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ୧୧ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ତେବେ ଓଡିଶାରୁ ଆସନ୍ତା ମଙ୍ଗଳବାର ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି ।