ମଙ୍ଗଳବାର ନିର୍ବାଚନ ଆୟୋଗ ତରଫରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ବଡ଼ ଘୋଷଣା କରାଯାଇଛି । ଏହାର କିଛି ଘଣ୍ଟା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୃଷକଙ୍କୁ ବଡ଼ ଉପହାର ଦେଇଛନ୍ତି । କୃଷକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଭାସୀ ମାଧ୍ୟମରେ ‘ଶେତକରୀ ସମୃଦ୍ଧି’ କୃଷକ ସ୍ପେଶାଲ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଦ୍ୱାରା କୃଷକ ସହଜରେ ସେମାନଙ୍କ କୃଷି ଉତ୍ପାଦ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ପାରିବେ । କୃଷକଙ୍କ ନିମନ୍ତେ ସ୍ପେଶାଲ ଟ୍ରେନ୍ ଶୁଭାରମ୍ଭ ଅବସରରେ ଅଶ୍ୱିନୀ ବୈଷ୍ଣବ କହିଥିଲେ, ‘ଏହା ଏକ ପାଇଲଟ୍ ପ୍ରେଜେକ୍ଟ । ଏହା ସଫଳ ହେଲେ ପରବର୍ତ୍ତୀ ସମୟରେ କୃଷକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏପରି ଆହୁରି ଟ୍ରେନ୍ ଚାଲୁ କରିବାର ଯୋଜନା ରହିଛି । ବର୍ତ୍ତମାନ ଏହି ପ୍ରୋଜେକ୍ଟ ୧୫, ୯୪୦ କୋଟି ଟଙ୍କାରେ ପହଂଚିଛି(୨୦୧୪ ପୂର୍ବରୁ ଏହା ୧୧୭୧ କୋଟି ଟଙ୍କା) ଥିଲା । ୫୮୭୦ କିମି ପରିବ୍ୟାପ୍ତ ୪୧ଟି ରେଳ ଧାରଣା ପାଇଁ ୮୧ ହଜାର କୋଟି ଟଙ୍କାର ନିବେଶ ସହ ୪୧ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।’