ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ୱ ରହିଛି । ମାନସିକଧାରୀ କାଉଡିଆମାନେ ପାଣି ଉଠାଇ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଜଳାଭିଷେକ କରୁଛନ୍ତି । ଏହି ମାସ ଭଗବାନ ଶିବଙ୍କର ପ୍ରିୟମାସ ବୋଲି କୁହାଯାଏ । ଏହି ମାସରେ ଶିବଙ୍କ ଉଦ୍ଦେଶ୍ୟରେ ବ୍ରତ ରଖି ଜଳାଭିଷେକ କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ପୌରାଣିକ ମାନ୍ୟତା ଅନୁଯାୟୀ କାଉଡ଼ିଆ ଯାତ୍ରାର ପ୍ରାରମ୍ଭ ଭଗବାନ ଶିବଙ୍କ ପରମ ଭକ୍ତ ପରଶୁରାମ କରିଥିଲେ । ଅନ୍ୟ ଏକ ମାନ୍ୟତା ଆନୁଯାୟୀ ଶ୍ରବଣ କୁମାର ନିଜ ମାତା ପିତାଙ୍କ ଇଚ୍ଛା ପୂରଣ କରିବା ପାଇଁ କାଉଡ଼ିଆରେ ବୋହି ହରିଦ୍ୱାରା ନେଇଥିଲେ । ଫେରନ୍ତା ସମୟରେ ଆଣିଥିବା ଗଙ୍ଗାଜଳରେ ପ୍ରଭୁ ଶିବଙ୍କୁ ଜଳାଭିଶେଷକ କରିଥିଲେ । ମାନ୍ୟତା ରହିଛି ସେ କୋପରେ ବର ଦିଅନ୍ତି ନଚେତ ତପ କରି ମଧ୍ୟ ମହାଦେବଙ୍କ ମନ ଜିଣିହୁଏ । ନିଜ ମନବାଞ୍ଛା ପୂରଣ କରିବା ପାଇଁ ଭକ୍ତମାନେ ଅତି ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ଶ୍ରାବଣ ମାସ ପାଳନ କରିଥାନ୍ତି ।