ଇଂଲଣ୍ଡ ରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଫିନନେଷ୍ଟ ଗ୍ରୁପ୍ ଏହାର ପ୍ରତିଷ୍ଠାତା ତତା ଅଧକ୍ଷ ଡ଼କ୍ଟର ବିଶ୍ୱନାଥ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏହି ପ୍ରକ୍ଳ୍ କୁ ଆଗକୁ ବଢାଇବା ପାଇଁ ବଦ୍ଧପରିକର ଅଛି । ମନ୍ଦିର ର ବିକାଶ ପାଇଁ ୨୫ ନିୟୁତ ପାଉଣ୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ପ୍ରକଳ୍ପର ଅଗ୍ରଗତି ଜାରି ରଖିଛନ୍ତି । ନିକଟରେ ଗଣମାଧ୍ୟମ ପ୍ରକାଶିତ କେତେକ ଖବର ସମ୍ପର୍କରେ ଡ଼. କହିଛନ୍ତି ମନ୍ଦିର ନିର୍ମାଣ ପ୍ରତି ଆମର ପ୍ରତିବଦ୍ଧତା ଅତୁଟ ରହିଛି । ଗତ ବର୍ଷକ ଭିତରେ ଶ୍ରୀ ପଟ୍ଟନାୟକ ଜଗନ୍ନାଥ ସମ୍ପ୍ରଦାୟ ପ୍ରତି ନିଜର ଦୃଢ ସମର୍ଥନ ପ୍ରଦର୍ଶନ କରି ବ୍ରିଟେନର ପ୍ରଥମ ଶ୍ରୀ ଜଗନ୍ନାଥ ସମ୍ମିଳନୀ ପାଇଁ ୩୬,୦୦୦ ପାଉଣ୍ଡ ଦାନ କରିଛନ୍ତି ।ବିଭିନ୍ନ ଆହ୍ୱାନ ସତ୍ୱେ ଡ଼କ୍ଟର ବିଶ୍ୱନାଥ ପଟ୍ଟନାୟକ ଲଣ୍ଡନ ଜଗନ୍ନାଥ ମନ୍ଦିରକୁ ନେଇ ଦୃଢନିଶ୍ଚିତ ଅଛନ୍ତି ଓ ଏହାକୁ ବିଶ୍ୱ ପ୍ରସିଦ୍ଦ ଜଗନ୍ନାଥ ସମ୍ପ୍ରଦାୟ ପାଇଁ ସଂସ୍କୃତି ର ଆଲୋକ ଭାବରେ ପରିକଳ୍ପନା କରିଛନ୍ତି ଓ ଏହି ମିସନରେ ସଚେତନତା ଓ ଉତ୍ତରଦାୟିତ୍ୱ କୁ ସବୁଠାରୁ ଆଗରେ ରଖିଛନ୍ତି ।