ଭୁବନେଶ୍ୱର: ‘ସୁଭଦ୍ରା’ ଆବେଦନ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା । ଓଡ଼ିଶା ବାହାରେ ଥିବା ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ସହାୟତା । ଜିଲ୍ଲାଭିତ୍ତିକ ସମୀକ୍ଷାକୁ ନେଇ ଦେଲେ ଏହି ବଡ଼ ସୂଚନା । ତେଣୁ ସେମାନ ଯଦି ଆବେଦନ କରିବେ, ତେବେ ସେମାନଙ୍କ କଥାକୁ ବିଚାରକୁ ନିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସେ କହିଛନ୍ତି ଯେ, ରାଜ୍ୟର ସମସ୍ତ ମହିଳାଙ୍କୁ ସୁଭଦ୍ରା ସହାୟତା ମିଳିବ । ଏହିକ୍ରମରେ ବାଦ୍ ପଡିଥିବା ହିତାଧିକାରୀଙ୍କ ପାଇଁ ଜିଲ୍ଲାଓ୍ୱାରୀ ରିଭ୍ୟୁ ହୋଇଥିଲା । ଯେଉଁଥିରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଏହାବ୍ୟତୀତ ରାଜ୍ୟ ବାହାରେ ରହୁଥିବା ମହିଳାଙ୍କ ସୁଭଦ୍ରା ସହାୟତା ମିଳିବା ଉଚିତ୍ । ଏଥିପାଇଁ ସେମାନେ ଆବେଦନ କରିବା ଉଚିତ୍ । ଯଦି ସେମାନେ ଆବେଦନି କରିବେ ତେବେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଶେଷ ହିତାଧିକାରୀଙ୍କ ପାଖରେ ସୁଭଦ୍ରା ପହଞ୍ଚିବାକୁ ଟାର୍ଗେଟ ରଖିଛୁ । ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରାକ ଟଙ୍କା ମିଳିବ ।
ସୂଚନାଯୋଗ୍ୟ ଯେ, ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସ୍ଥିର କରିଛି ବିଭାଗ । ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ମୋଟ୍ ୮୦ ଲକ୍ଷ ୩୫ ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ମିଳିସାରିଲାଣି ।