ଭୁବନେଶ୍ୱର: ଆସନ୍ତା ୨୪ରେ ମିଳିବ ସୁଭଦ୍ରା ଟଙ୍କା । ନଭେମ୍ବର ୨୪ରେ ଆସିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ଏ ନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୦ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା । ସୁନ୍ଦରଗଡରେ ଆୟୋଜିତ କାର୍ଯ୍ୟକ୍ରମରେ ଏହାର ଆରମ୍ଭ କରାଯିବ । କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି ।
ସେ ଆହୁରି କହିଛନ୍ତି ଯେ, ଡିସେମ୍ବର ମାସରେ ଅବଶିଷ୍ଟ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନା’ର ଟଙ୍କା ପ୍ରଦାନ କରାଯିବ। ଅଯୋଗ୍ୟ ତାଲିକାରେ ଥିବା ମହିଳାମାନଙ୍କୁ ଚିନ୍ତା କରିବାର କିଛି ନାହିଁ। ସେମାନଙ୍କର ପୁନର୍ବିଚାର କରାଯାଉଛି।
ସୂଚନାନୁଯାୟୀ, ଗତ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା । ଅକ୍ଟୋବର ୯ରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷ ମହିଳାଙ୍କ ଆକାଉଣ୍ଟ ସୁଭଦ୍ରା ଟଙ୍କା ପଠାଯାଇ ସାରିଛି। ଖବ୍ଶୀଘ୍ର ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଆକାଉଣ୍ଟଙ୍କୁ ପଠାଯିବ। ଏହି ଯୋଜନା ପାଇଁ ୧ କୋଟିରୁ ଅଧିକ ମହିଳା ଆବେଦନ କରିଥିଲେ।