ରାଜ୍ୟ କଂଗ୍ରେସ ପାଇଁ ବଡ଼ ଝଟକା । ନିର୍ବାଚନ ପୁର୍ବରୁ ଦଳର ଟିକେଟ କୁ ଫେରାଇଛନ୍ତି ପୁରୀ ଲୋକସଭା କଂଗ୍ରେସ ପ୍ରାର୍ଥୀ ସୁଚରିତା ମହାନ୍ତି । ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନମିଳିବାରୁ ସେ ଟିକେଟ ଫେରାଇବା ନେଇ ନିଷ୍ନତ୍ତି ନେଇଛନ୍ତି । ସେ କହିଛନ୍ତି ଯେ କୁ ପୁରୀ ଲୋକସଭା ଅନ୍ତର୍ଗତ ୭ ରୁ ୪ ଟି ଆସନରେ ପ୍ରାର୍ଥୀ ବଦଳଇବା ପାଇଁ ଜଣାଇଥିଲି । ହେଲ ମୋ ପ୍ରସ୍ତାବ କାର୍ଯ୍ୟକାରୀ ହେଲାନାହିଁ । ତେଣୁ ଟିକେଟ ଫେରାଇଦେଲି । ଉଲ୍ଲେଖ ଯୋଗ୍ୟ ଯେ ମେ ୨୫ ରେ ପୁରୀ ରେ ମତଦାନ ହେବ । ନାମାଙ୍କନ ଭରିବାକୁ ମାତ ୍ରଆଉ ୩ ଦିନ ବାକି ଅଛି ଏହା ମଧ୍ୟରେ ସୁଚରୀତା ଟିକେଟ ଫେରାଇବା ପରେ ଏହି ଆସନରେ କଂଗ୍ରେସ ପୁଣି କାହାକୁ ପ୍ରାର୍ଥୀ କରିବ ସେ ନେଇ ଦ୍ୱନ୍ଦ ଉପୁଜୁଛି ।