ଓଡିଶା ହାଇକୋର୍ଟର ଆସନ୍ତାକାଲି ଅର୍ଥାତ ମେ’ ୨୨ ତାରିଖରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି । ମେ’ ୨୨ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ ୧୮ ତାରିଖରେ କୋର୍ଟ ଖୋଲିବ । ଅବକାଶ ସମୟରେ ମେ’ ୨୩ , ୨୮, ୩୦ ଓ ଜୁନ ୪ ,୬,୧୧ ଏବଂ ୧୨ ତାରିଖରେ ଅବକାଶ କାଳୀନ ଖଣ୍ଡପୀଠ ବସିବ ବୋଲି ମେ’୨୦ ତାରିଖରେ ଉଚ୍ଚ ନ୍ୟାୟଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।