ବଡ଼ ନିଷ୍ପତ୍ତି ଶୁଣାଇଲେ ସୁପ୍ରିମକୋର୍ଟ। ନାଗରିକତା ଅଧିନିୟମର ଧାରା ୬ଏକୁ ବୈଧ ବୋଲି କହିଛନ୍ତି ୫ଜଣ ଜଜଙ୍କୁ ନେଇ ହୋଇଥିବା ସମ୍ବିଧାନ ପୀଠ। ଦେଶର ସର୍ବୋଚ୍ଚ ଅଦାଲତ ୪-୧ ବହୁମତରେ ଏନେଇ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଯାଚିକାରେ କୁହାଯାଇଥିଲା ଯେ ୧୯୬୬ ପରେ ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)ରୁ ଅବୈଧ ଭାବେ ଆସିଥିବା ଶରଣାର୍ଥୀଙ୍କ ଯୋଗୁଁ ବର୍ତ୍ତମାନ ରାଜ୍ୟର ଜନସଂଖ୍ୟା ସନ୍ତୁଳନ ବିଗାଡ଼ିବାରେ ଲାଗିଛି। ଯାହାଫଳରେ ରାଜ୍ୟର ମୂଳ ନିବାସୀଙ୍କ ରାଜନୈତିକ ଓ ସାସ୍କୃତିକ ଅଧିକାର କ୍ଷୂର୍ଣ୍ଣ ହେବାରେ ଲାଗିଛି। ସରକାର ନାଗରିକତା ଆଇନ୍ରେ ୬ଏ ଯୋଡ଼ିକରି ଅବୈଧ ପ୍ରବେଶକୁ ସରକାର ଆଇନଗତ ମଞ୍ଜୁରୀ ପ୍ରଦାନ କରିଛନ୍ତି।