ବରିଷ୍ଠ ପ୍ରଶାସକ ଓଏଏସ୍ ଦେବ ପ୍ରସାଦ ଦାଶଙ୍କ ଉପରୁ ଗୁରୁବାର ରାଜ୍ୟ ସରକାର ନିଲମ୍ବନ ହଟାଇଛନ୍ତି। ଏହା ସହିତ ସରକାର ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମସଚିବ ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି।୨୦୧୮ ମେ’ ୨୮ରେ ଦେବ ପ୍ରସାଦଙ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ନିଲମ୍ବିତ କରିଥିଲେ। ଦୀର୍ଘ ୫ ବର୍ଷରୁ ଅଧିକ ସମୟ ପରେ ଓଡିଶା ପ୍ରଶାସନିକ ଅଧିକାରୀଙ୍କ ଉପରୁ ମୁଖ୍ୟମନ୍ତ୍ରୀ ମହେନ ଚରଣ ମାଝୀଙ୍କ ବିଜେପି ସରକାର ନିଲମ୍ବନ ହଟାଇଛନ୍ତି। ବିଡିଏ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ଅଧିକାରୀ ଥିବା ବେଳେ ୨୦୧୫ ମାର୍ଚ୍ଚ ୭ ତାରିଖରେ ସରକାରୀ ଜମି ଉପରେ ଠିଆ ହୋଇଥିବା ବହୁଚର୍ଚ୍ଚିତ ପାଟଶାଣୀ ମଠକୁ ଭାଙ୍ଗିଥିଲେ। ମଠ ଭାଙ୍ଗିବାର ୭ ଦିନ ପରେ ନିଜ ପଦରୁ ହଟିଗଲେ ଦେବ। ଏପରିକି ବହୁ ସ୍ଥାନରେ ଜବରଦଖଲ ହଟାଇବା ପାଇଁ ଆଗେଇ ଆସିଥିବା ଏହି ଅଧିକାରୀଙ୍କୁ ୪ ବର୍ଷରେ ୬ ଥର ବଦଳି କରାଯାଇଥିଲା। ପାଟ୍ଟଶାଣୀ ମଠଭାଙ୍ଗିବା ପୂର୍ବରୁ ବେଆଇନ ନିର୍ମାଣ ନେଇ ସେ ଜାରି କରିଥିବା ୮୬ଟି ସଂସ୍ଥା ଭିତରେ ଥିଲା କିଟ ଓ କିସ।