୨୦୨୫ ଓସ୍କାର ପାଇଁ ଦୁଇ ଦୁଇଟି ହିନ୍ଦୀ ମୁଭି ଏଣ୍ଟ୍ରୀ ମାରିଛି । ପ୍ରଥମେ ଲାପତା ଲେଡିଜ୍ ଓସ୍କାର ପୁରସ୍କାର ମନୋନୟ ଶ୍ରେଣୀରେ ସାମିଲ ହୋଇଥିଲା । ଏହି ଖବର ଆସିବା ପରେ ଦେଶବ୍ୟାପୀ ଖେଳିଯାଇଥିଲା ଉତ୍ସାହ । ଏବେ ରଣଦୀ ହୁଡାଙ୍କ ଫିଲ୍ମ ସ୍ୱତନ୍ତ୍ର ବୀର ସାବରକର ଓସ୍କାର ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ୨୦୨୪ ମାର୍ଚ୍ଚ ୨୨ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ସାବରକରଙ୍କ ଚରିତ୍ରକୁ ଅତିହିଁ ଚିତାକର୍ଷକ ଭାବେ ଉପସ୍ଥାପନ କରାଯାଇଥିଲା । ଓସ୍କାର ପକ୍ଷରୁ ଆଧିକାରିକ ରୂପେ ଏହି ତଥ୍ୟ ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ଦେଖାଦେଇଛି ଉତ୍ସାହ । ସାମାଜିକ ଗଣମାଧ୍ୟମରେ ୟୁଜର୍ସ ରଣଦୀପ ହୁଡା, ସନ୍ଦୀପ ସିଂ ଓ ନିର୍ମାତା ଆନନ୍ଦ ପଣ୍ଡିତଙ୍କ ଫଟୋ ସେୟାର କରୁଛନ୍ତି । ଓସ୍କାରରେ ହୁଡାଙ୍କ ଫିଲ୍ମ ଏଣ୍ଟ୍ରୀ କରିବା ପରେ ଏହାକୁ ନେଇ ଆସୁଛି ବହୁ ପ୍ରତିକ୍ରିୟା । ଭାରତୀୟ ଇତିହାସକୁ ଉଜାଗର କରୁଥିବା ଏହି ଫିଲ୍ମରେ ହୁଡାଙ୍କ ନିର୍ଦ୍ଦେଶନା ଓ ଅଭିନୟ କରିଛନ୍ତି । ହୁଡା କହିଛନ୍ତି ସ୍ୱତନ୍ତ୍ର ବୀର ସାବରକର ଇତିହାସରେ ହଜିଯାଇଥିବା ଏକ ବିଷୟବସ୍ତୁ, ଯାହାକୁ ଫିଲ୍ମ ମାଧ୍ୟମରେ ଲୋକଙ୍କ ଆଗରେ ଉପସ୍ଥାପନ କରିବା ଥିଲା ନିର୍ମାଣକାରୀ ସଂସ୍ଥାର ଲକ୍ଷ୍ୟ ।ଓସ୍କାର ପୁରସ୍କାର ଦୌଡରେ ବୀର ସାବରକର ସାମିଲ ହେବା ପରେ ଫ୍ୟାନଙ୍କ ମଧ୍ୟରେ ଦେଖାଦେଇଛି କ୍ରେଜ । ସୋସିଆଲ ମିଡିଆରେ ଚାଲିଛି କମେଣ୍ଟର ଝଡ । ଏଥିପାଇଁ କେହି ପୂରା ଟିମକୁ ଅଭିନନ୍ଦନ ଜଣାଇବା ସହ ଏହି ପୁରସ୍କାର ପାଇଁ ହକଦାର ଥିବା କହିଛନ୍ତି ।