ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ମଇଁଷାମୁଣ୍ଡା ଗ୍ରାମରେ ରଥଯାତ୍ରା ଅବସରରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ମଙ୍ଗବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବାଲିଆପାଳ ବଶିଷ୍ଠ ନାଗରିକ ପରିଷଦ ସଭାପତି ନାରାୟଣ ପ୍ରସାଦ ସାହୁ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗାଁ ର ପ୍ରତିଭାବାନ ଲୋକ ଙ୍କ ସ୍ମୁତି ଚାରଣ କରିବା ସହିତ କାର୍ଯ୍ଯ କ୍ରମ ରେ ସଂପୃକ୍ତ ଯୁବକ ମାନଙ୍କୁ ଉତ୍ସାହିତ କରିଥଲେ। ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ତଥା ସାହିତ୍ୟିକ ଅଧ୍ୟାପକ ଡ଼ଃ ସୁକାନ୍ତ କୁମାର ଗିରି ଯୋଗ ଦେଇ ଗ୍ରାମାଞ୍ଚଳ ର ପ୍ରତିଭା ମାନଙ୍କୁ ଆଗକୁ ନେବା ପାଇଁ ପ୍ରତିଭା ଅନ୍ୱେଷଣ ଜରୁରୀ ବୋଲି କହି ଥିଲେ। ଗ୍ରାମ୍ୟ ମୁଖ୍ୟ ଧ୍ରୁବ ଚରଣ ମାଣିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁ, ବଂଶୀ ଧର ସାହୁ, ପୂର୍ବ ତନ ଗ୍ରାମ୍ୟ ମୁଖ୍ୟ ନକୁଲ ଚରଣ ମାଣିକ, ଉତ୍କଳ ସମ୍ମିଳନୀ ବାଲିଆପାଳ ବ୍ଲକ ସମ୍ପାଦକ ସନ୍ନ୍ୟାସୀ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଉଦ୍ ବୋଧନ୍ ପ୍ରଦାନ କରିଥିଲେ। ଆଦର୍ଶ ଶିକ୍ଷକ ରଞ୍ଜନ କୁମାର ସାହୁ ଉତ୍ସଵ ରେ ପୌରହିତ୍ୟ କରି ଥିଲେ। ଏହି ଅବସରରେ ବାବା ଶଙ୍କର ନାଥ କ୍ଲବ ପକ୍ଷରୁ ଗ୍ରାମର କୃତୀ ସନ୍ତାନ ବିଦ୍ୟାଧର ସାହୁ , ମେଟ୍ରିକ୍ ଟପର୍ ଆକାଂକ୍ଷା ସାହୁ, ଧ୍ରୁବ ଚରଣ ସାହୁ, ଜଳଧର ପଢ଼ିଆରୀ, ନକୁଳ ଚରଣ ସାହୁ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥଲେ। ଜୟ କୃଷ୍ଣ ସାହୁ, ସଞ୍ଜୟ କୁମାର ସାହୁ, ଅନୀଲ କୁମାର ସାହୁ, ଅଶ୍ଵ ଜିତ ସାହୁ ଫକ ସାହୁ, ଲମ୍ବୋଦର ମାଣିକ, ବିଘ୍ନେଶ୍ୱର ପଢିଆରୀ, ଦେବାଶିଷ ଦେ , ଭର୍ତ୍ତୁ ହରି ସାହୁ, ଲିଟୁ ସାହୁ, ମର୍ଦ୍ଦ ରଣା ପ୍ରମୁଖ ଏହାକୁ ପରି ଚାଳନା କରିଥିଲେ।