‘ଥଙ୍ଗାଲାନ’ ରୂପରେ ସାଉଥ୍ ସିନେମାରୁ ଆଉ ଏକ ମୌଳିକ କଥାବସ୍ତୁ ଆସୁଛି..ବିକ୍ରମ ଅଭିନୀତ ବହୁ ପ୍ରତୀକ୍ଷିତ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର ‘ଥଙ୍ଗାଲାନ’ ଏହାର ପ୍ରଥମ ଝଲକରେ ଲୋକଙ୍କୁ ପାଗଳ କରିଦେଇଛି। ଏହି ଚଳଚ୍ଚିତ୍ର ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଘୋଷଣା କରାଯାଇଛି। ଏହାର ଝଲକ୍ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି, ‘ଥଙ୍ଗାଲାନ’ ନିର୍ମାତା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଚଳଚ୍ଚିତ୍ରର ଏକ ନୂଆ ପୋଷ୍ଟର ଶେୟାର କରିଛନ୍ତି। ଏଥିସହ ପ୍ରତିଭାସମ୍ପନ୍ନ ଅଭିନେତ୍ରୀ ପାର୍ବତୀ ତିରୁବୋଥୁଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ପୋଷ୍ଟର ଶେୟାର କରି ନିର୍ମାତା କ୍ୟାପ୍ସନରେ ଲେଖିଛନ୍ତି, ‘‘ଶକ୍ତି, ଦୟା ଏବଂ ନମନୀୟତା ପ୍ରତୀକ।ଯେଉଁଥିରେ ଜଣାଶୁଣା ନାମ ଯେପରିକି ନିର୍ମାତା ପା ରଞ୍ଜିତ, ଅଭିନେତା ଚିୟାନ ବିକ୍ରମଙ୍କ ସମେତ ଅନେକ ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର କାହାଣୀ ୧୮୮୦ ମସିହା ସମୟର। ଏପ୍ରିଲ ୨୬ ତାରିଖରେ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ ଭାଷାରେ ପରଦାକୁ ଆସିବ ‘ଥଙ୍ଗାଲାନ’।