ଯାଜପୁର ଜିଲ୍ଲା ଏକ ବିକଶିତ ଜିଲ୍ଳା ଭାବ ରେ ପରିଚିତ l ବାସ୍ତବ କ୍ଷେତ୍ର ରେ ଓଲଟା କେବଳ କାଗଜ କଲମରେ ସିମୀତ ରହିଛି ଏହି ଜିଲ୍ଳା କେତେ ବିକଶିତ ତାହା ସୁକିନ୍ଦା ଖଣି ଅଞ୍ଚଳ ରୁ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି l ଦାରିଦ୍ର୍ୟ ସୀମାରେଖା ତଳେ ଥିବ ନିମ୍ନ ବର୍ଗର ପାଇଁ ଯୋଜନା ସାତ ସ୍ବପ୍ନ ସେମାନେ ଯୋଜନା କଣ ଜାଣନ୍ତି ନାହିଁ ସରକlରୀ ଧଳା ହାତୀ ନେତା ଓ ବଡ଼ ପଣ୍ଡା ମାନେ ଗରିବ ଉପର ଦାଉ ସାଧୁଛନ୍ତି l ନିମ୍ନ ବର୍ଗ ପାଇଁ ଉଦ୍ଧିଷ୍ଟ ଯୋଜନା ଗୁଡିକ କଳା କୁ ଧଳା କରି ଦଳୀୟ କର୍ମୀ ମାନେ ହାତେଇ ନେଉଛନ୍ତି ନିମ୍ନ ବର୍ଗ ର ଲୋକ ମାନ ମୁଣ୍ଡ ଯେଁଉ ନୁଖୁରା କୂ ସେହି ନୁଖୁରା l ବେକାର ଯୁବକ ଯୁବତୀଙ୍କ ମାନେ ଜିଲ୍ଳା ରେ ଥିବା ଶିଳ୍ପ କାରଖାନା,ଖଣି ମନଙ୍କ ରେ ଚାକିରି ମିଳୁ ନାହିଁ l ଯେଉଁ ଚାକିରି ମିଳୁଛି ତାହା ଶ୍ରମିକ l
କାରଖାନା ଖଣି ମାଲିକ ମନେ ଯେଉଁ ଚାକିରି ଦେଉଛନ୍ତି ଠିକା ଧାର ମାଧ୍ୟମ ରେ ଠିକାଦାର ମାନେ ଅଧିକାଂଶ ନନ୍ ଓଡ଼ିଆ
ବିଭିନ୍ନ ଆଳ ଦେଖାଇ ଶ୍ରମିକ ମାନଂକୁ ଛ ଟେଇ କାରା ଯାଉଚି l ଅଧିକାଂଶ ଗ୍ରାମ୍ୟ କୁ ରାସ୍ତା ଘାଟ ର ଅବସ୍ଥା ଶୋଚନୀୟ l
ଏପରି ଅବସ୍ଥା ସମଗ୍ର ଜିଲ୍ଲା ରେ ଦୃଶ୍ୟ ପଟ ଦେଖିବକୁ ମିଳୁଛି l
ଯୋଜନାରୁ ଦୂରରେ ଗରିବ ଜୁଆଙ୍ଗ ପରିବାର କ୍ଷେତ୍ର ରେ ଦେଖା ଯାଇଛି l
ଏକ ହୁଦୟ ଫାଟି ଗଲା ଭଳି ଦୃଶ୍ୟ
: ୫ଦିନ ହେଲାଣି ଜରରେ କମ୍ପୁଛି ୧୫ ମାସର ଶିଶୁପୁତ୍ର ବିଶୁ। ଖରାବେଳେ ଜର କମୁଛି, ହେଲେ ସକାଳ ଓ ସଞ୍ଜ ତା’ ଦେହରେ ଖଇ ଫୁଟିଲା ଭଳି ତାତି ରହୁଛି। ଏମିତିରେ ଛୁଆ ଅଧା ଆହାର ଛାଡ଼ି ଦେଲାଣି। ଏମିତିକି ମାଆ କ୍ଷୀରକୁ ଆଗ୍ରହ ନାହିଁ। ସ୍ବାସ୍ଥ୍ୟ କର୍ମି ବା ଅଧିକାରି ଏମିତିରେ ଆଶାକର୍ମୀ କିମ୍ବା ଅଙ୍ଗନବାଡ଼ି କର୍ମୀଙ୍କ ସେବା ଦୂରେ ଥାଉ ସେମାନଙ୍କ ଦେଖା ମିଳୁନଥିଲା। ଆଜି ସକାଳ ପହରୁ ଆଖି ଖୋଲି ଚାହୁଁନଥିଲା। ମାଆ ଅନିତା ପିଙ୍ଗୁଆଙ୍କୁ କିଛି ବୁଦ୍ଧିବାଟ ଦିଶୁନଥିଲା। ଯୋଗକୁ ଗାଁରେ ଆଜି ଓଡ଼ିଶା ଖଣି ନିଗମ(ଓଏମ୍ସି)ର ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଥିଲାl। ୩ ଛୁଆଙ୍କୁ ଧରି ଅନିତା ଉକ୍ତ ଶିବିରକୁ ଆସି ସ୍ବାସ୍ଥ୍ୟ ପରୀକ୍ଷା କରାଇବାରେ ବିଶୁ ଦେହର ତାପମାତ୍ରା ୧୦୫ ଡିଗ୍ରି ଜର ଡାକ୍ତର ବିଶ୍ବଜିତ ବେହେରା ରୋଗଣା ପୁଅ ଓ ମାଆଙ୍କୁ ତୁରନ୍ତ ଓଏମ୍ସି ଆମ୍ବୁଲାନ୍ସରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲେ। ବିଶୁ ସେଠାରେ ଜରୁରି ୱାର୍ଡରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।
ସୁକିନ୍ଦା ବ୍ଲକ କଅଁସ ପଞ୍ଚାୟତ ଦୁର୍ଗମ ଟିକରପଡ଼ା ଗାଁର ଅନିତା ଓ ଷେଣ୍ଢ ପିଙ୍ଗୁଆଙ୍କ ଅଭାବୀ ପରିବାର ମୁହଁରୁ ଗତ କିଛିଦିନ ହେଲାଣି ହସ ଉଭେଇ ଯାଇଛି। ମା’ ଓ ଛୁଆମାନେ ଭୋକିଲା ଥିବା ସେମାନଙ୍କ ଚେହେରାରୁ ସ୍ପଷ୍ଟ ବାରିହୋଇ ପଡ଼ୁଛି। ପଚାରିବାରେ ସକାଳୁ କିଛି ଖାଇନଥିବା ଠାରରେ ସୂଚେଇଥିଲେ। ଲଗାଣ ବର୍ଷା ପାଇଁ ମୂଲ ମଜୁରି କରି ଚଳୁଥିବା ଏହି ଦମ୍ପତିଙ୍କ ସାମୟିକ ରୋଜଗାର ବାଧାପ୍ରାପ୍ତ ହୋଇଛି। ମାସକୁ ରାସନ କାର୍ଡରେ ମିଳୁଥିବା ୧୦ କିଲୋ ଚାଉଳ ସପ୍ତାହକୁ ବି ଅଣ୍ଟୁନି। ୩ ଶିଶୁ ଦୁର୍ଭାଗ୍ୟଜନକ ଭାବେ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ଅଭିଯୋଗ ହୁଏ। ଏଣୁ ଅଧିକାଂଶ ଦିନ ସେମାନେ ଓଳିଏ ଖାଇଲେ ଆରଓଳି ଉପାସ ରହନ୍ତି ବୋଲି ସେହି ଗାଁର ରାମାଇ ପୂର୍ତ୍ତି କହନ୍ତି। ପରିବାର ଓ ଶିଶୁ କଲ୍ୟାଣ ବିଭାଗର ଅବହେଳା ପାଇଁ ଅନିତା ଜନନୀ ସୁରକ୍ଷା ଯୋଜନା ଓ ମମତା ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏହି ଜୁଆଙ୍ଗ ଜନଜାତି ପରିବାର ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ସମସ୍ୟାକୁ ନେଇ ସନ୍ତୁଳି ହେଉଥିବା ଦେଖାଯାଇଛି। ୩ ଶିଶୁଙ୍କ ପାଇଁ ସୁଷମ ଶିଶୁଖାଦ୍ୟ ସାତସପନ ହୋଇଛି। ଅନିତାଙ୍କ ପାଖେ ମିସନ ଶକ୍ତି ଯୋଜନା ଅପହଞ୍ଚ। ଦରଗଢ଼ା ଝାଟିମାଟି ଓ ଛଣଛପର ଘରେ ସେମାନେ ମୁଣ୍ଡ ଗୁଞ୍ଜିଛନ୍ତି। ବର୍ଷାଦିନେ ଘର ପରିବେଶ ସନ୍ତସନ୍ତିଆକୁ ପାଣି ପଚରପଚର। ଏଠାରେ ସାମାଜିକ ନିରାପତ୍ତାର ସ୍ଥିତି ଅତ୍ୟନ୍ତ ଦୟନୀୟ। ଜବ୍କାର୍ଡ ନଥିବାରୁ ମନରେଗା ଯୋଜନାରେ ଏହି ଦମ୍ପତି ଟଙ୍କାଟିଏ ରୋଜଗାର କରିନଥିବା ଅଭିଯୋଗ ହୋଇଛି। ଏହି ଭୂମିହୀନ ପରିବାର ବସୁନ୍ଧରା ଯୋଜନା କିମ୍ବା ଜଙ୍ଗଲ ଜମି ଅଧିକାର ଆଇନ(୨୦୦୬)ରୁ ବଞ୍ଚିତ। ସ୍ଥାୟୀ ଜମିପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସରୁ ତାଙ୍କ ପରିବାର ଦୂରେଇ ରହିଥିବା ଜଣାପଡ଼ିଛି। ଜନ ପ୍ରତିନିଧି ମାନେ ଯୋଜନା ର ଘର ଜବ କାର୍ଡ ବିଭନ୍ନ ବିମା କାହାକୁ ଦେଉଛନ୍ତି ତାହା ପ୍ରଶ୍ନ ବାଛି l
ଏ ସଂପର୍କର। ତଦନ୍ତ କରାଯାଇ ପୂରା ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ବୋଲି ବ୍ଲକ ଯୋଗାଣ ଅଧିକାରୀ ଦେବାଶିଷ କର କହନ୍ତି। ଏନ୍ ଆର୍ ଜି ଏସ ଯୋଜନା ରେ 100, ଦିନ ର ରୋଜ ଗାର ଦେବା ପାଇଁ ନିୟମ ରହିଛି l ଏହି ଯୋଜନାରେ କୋଟି କୋଟି ଟଂକା ଖର୍ଚ୍ଚ କାରା ଯାଉଛି ସେ କାମ ଗୁଡିକ ବ୍ଲକ୍ ର ଜେଇ ପଞ୍ଚାୟତ ନିର୍ବାହୀ ଅଧିକାରି ନାମ ବିଭନ୍ନ ପ୍ରକଳ୍ପ ର କର୍ଯ୍ୟା ଧିସ ରହିଚି। କାର୍ଯ୍ୟ କରୁଛି ଛନ୍ତି ଦଳୀୟ ମନୋନୀତ ଠିକା ଦlର l ସେମାନେ ମେସିନ କାର୍ଯ୍ୟ କହୁଛନ୍ତି l ଜବ କାର୍ଡ ହିତାଧିକାରୀ ମାନଂକୁ କାର୍ଯ୍ୟ ରେ ନିୟୋଜିତ କରୁ ନାହାଁନ୍ତି l କିନ୍ତୁ କାଗଜ କଲମରେ ଜବ ହିତାଧି କlରି ଙ୍କ ନାମ ଦର୍ଶାଯାଉଛି l ଜୁନିଅର ଇଞ୍ଜିନିୟର ଆସିଷ୍ଟାଣ୍ଟ ଇଞ୍ଜିନିୟର ସରପଞ୍ଚ ଦଳୀୟ
ଠିକା ଦାର ସଲା ସୁତୁରା ରେ ମିଥ୍ୟା ବିଲ କାରା ଯାଇ ସରକାରୀ ଅର୍ଥ ହଡ଼ପ କରୁଛନ୍ତି l ଏହି ଯୋଜନାର ପ୍ରକଳ୍ପ ଗୁଡିକ ମେସିନ ସାହାର୍ଯ୍ୟ ରେ କରି ଜବ କାର୍ଡ ଗୁଡ଼ିକୁ ହାତେଇ ନେଇ ଶ୍ରମିକ ମାନଂକୁ କାର୍ଯ୍ୟ ରେ ନିୟୋଜିତ କାରା ଯାଇଚି ବୋଲି ରେକର୍ଡ ପତ୍ର ପ୍ରସ୍ତୁତ କରି ସରକାରୀ ଅର୍ଥ ଆତ୍ମସାତ କରୁଛନ୍ତି ଜିଲ୍ଳା ର 10ଟି ବ୍ଲକ୍ ରେ ଏପରି ମହାଘୋଟଲା
କାରା ଯାଉଛି ଅଭିଯୋଗ କଲେ ଫଳ ଘର ସୁନୁ ଦାରିଦ୍ର ସୀମା ତଳେ ଥିବା ବ୍ୟକ୍ତି ମୁଣ୍ଡ ଯେଉଁ ନୁଖୁରା କୁ ସେହି ନୁଖୁରା ତେଲିଆ ମୁଣ୍ଡରେ ତେଲ ଯୋଜନା ଗୁଡିକ ଦଳୀୟ କର୍ମୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଗରିବ ଙ୍କ ପାଇଁ ସାତ ସ୍ବପ୍ନ।
ଜରରେ କମ୍ପୁଛି ଛୁଆ, ରାହା ପାଉନି ମାଆ ଯୋଜନା
Leave a comment