୭ ଜୁଲାଇ ରେ ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଛି ରଥ ଖଳା । ଶ୍ରୀ କ୍ଷେତ୍ରରେ ପହଞ୍ଚିଛି ରଥ ଦଉଡ଼ି । ମୋଟ ୨୬ ଟି ରଥ ଦଉଡ଼ି ପୁରୀ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ରେ ପହଞ୍ଚିଛି । ବିରପ୍ରତାପ ପୁର ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ଏହି ରଥ ଦଉଡ଼ି ପ୍ରସ୍ତୁତ କରାଯାଇଛି । ୧୪ ଜଣ କାରିଗର ୩୦ ଦିନ ଧରି ରଥ ଦଉଡ଼ି ପ୍ରସ୍ତୁତି କାମରେ ନିୟୋଜିତ ଥିଲେ । ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ରଥ ପାଇଁ ୧୪ ଖଣ୍ଡ ରଥ ଦଉଡ଼ି ରହିଛି ।ି ଏହା ସହ ଆଉଟର, ଇନର , ଜେନେରାଲ ଏବଂ ପୋଲିସ ପାଇଁ ୩ ଟି ଲୋଖାଏଁ ଦଉଡ଼ି ରହିଛି । ରଥ ଦଉଡ଼ି ର ଲମ୍ବ ୨୨୦ ଫୁଟ , ଗୋଲେଇ ୮ ଇଞ୍ଚ ବୋଲି ସୂଚନା ମିଳିଛି ।