ପ୍ରଧାନ ମନ୍ତ୍ରୀ ମୋଦିଙ୍କ ବିରୁଧରେ ମଦର କୋଡ଼ ଅଫ କଣ୍ଡମ ଉଲ୍ଲଘଂନ ଅଭିଯୋଗ ଆସିଥିଲା । ଉତ୍ତରପ୍ରଦେଶ ପିଲିଭିଟ୍ ଗାଦିରେ ରାମ ମନ୍ଦିର ଏବଂ କର୍ତ୍ତାରପୁର କରିଡ଼ର ର କଥା ଉଲ୍ଲଖ କରିଥିଲେ । ଏହାକୁ ନେଇ ନିର୍ବାଚନ କମିଶନର ଙ୍କ ପକ୍ଷରେ ପିଏମ ମୋଦି ଆଚାର ସଂହିତା କୁ ଉଲ୍ଲଘଂନ କରିଛନ୍ତି ବୋଲି ସୁପ୍ରିମ କୋର୍ଟ ର ଆଡ଼ଭୋକେଟ ଆନନ୍ଦ ଏସ୍ ନିର୍ବାଚନ କମିଶନ ଙ୍କ ପାଖରେ ଅଭିଯୋଗ କରିଥିଲେ । ମୋଦି ହିନ୍ଦୁ ଦେବତା ଙ୍କ ପୂଜା ଅର୍ଚ୍ଚନାରେ ଲୋକ ଙ୍କ ଠାରୁ ଭୋଟ ମାଗୁଛନ୍ତି ବୋଲି ଅଭିଯୋଗ କରିଥିଳେ ଆନନ୍ଦ । ଏବେ ନିର୍ବାଚନ କମିଶନ ପ୍ରଧାନ ମନ୍ତ୍ରୀ ମୋଦିଙ୍କ କ୍ଳିନ ଚିଟ୍ ଦେଇ କହିଛନ୍ତି ମୋଦି ଙ୍କ ଦ୍ୱାରା ଆଚାର ସଂହିତା କୁ ଉଲ୍ଲଘଂନ କରାଯାଇନାହିଁ , ସେ କେବଳ ନିଜ ସରକାରର ଉପଲବ୍ଧିକୁ ଜଣାଇଛନ୍ତି । ଧର୍ମ ନାମରେ ସେ ଭୋଟ ମାଗିନାହାଁନ୍ତି ।