ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ରେ ୨୩.୬୬ ପ୍ରତିଶତ ମତଦାନ ରେକର୍ଡ଼ ହୋଇଛି । ପଶ୍ଚିମବଙ୍ଗ ରେ ସର୍ବାଧିକ ୩୨.୭ ପ୍ରତିଶତ ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ୯୩ ପ୍ରତିଶତ ମତଦାନ ରେକର୍ଡ଼ କରାଯାଇଛି । ସେହିଭଳି ଓଡ଼ିଶା ରେ ଆଜି ଦିତ୍ୱୀୟ ପର୍ଯ୍ୟାୟ ନିର୍ବାଜନ ଅନୁଷ୍ଠିତ ହେଉଛି । ପୂର୍ବାହ୍ନ ୧୧ ଟା ସୁଦ୍ଧା ରାଜ୍ୟ ରେ ୨୧. ୦୭ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାହୀ ଅଧିକାରୀ । ପୂର୍ବାହ୍ନ ୮ଟା ସୁଦ୍ଧା ୬.୯୯ ପ୍ରତିଶତ ଭୋଟିଂ ହୋଇଛି । ପୂର୍ବାହ୍ନ ୧୧ ଟା ସୁଦ୍ଧା ଆସ୍କା ସଂସଦୀୟ କ୍ଷେତ୍ର ରେ ୨୧.୫୩ ପ୍ରତିଶତ, ବରଗଡ଼ ରେ ୨୨.୯୫ ପ୍ରତିଶତ. ବଲାଙ୍ଗରୀ ସଂସଦୀୟ କ୍ଷେତ୍ର ରେ ୧୭.୯୦ ପ୍ରତିଶତ କନ୍ଧମାଳ ସଂସଦୀୟ କ୍ଷେତ୍ର ରେ ୨୧. ୧୯ ପ୍ରତିଶତ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ରେ ୨୨.୧୯ ପ୍ରତିଶତ ଭୋଟିଂ ହୋଇଥିବା ରେକର୍ଡ଼ କରାଯାଇଛି ।