ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ସ୍ୱାତୀ ମାଲିୱାଲଙ୍କୁ ଆକ୍ରମଣ କରାଯିବା ଦିନ ତାଙ୍କ ବାସଭବନରେ ଏକ ମୋବାଇଲ୍ ଫୋନ୍ ଭିଡିଓ ଭାଇରାଲ ହେଉଛି । ଏହାପରେ ଆପ୍ ରାଜ୍ୟସଭା ସାଂସଦ ଏବଂ ତାଙ୍କ ଦଳ ମଧ୍ୟରେ ଜୋରଦାର ବୟାନବାଜି ଆରମ୍ଭ ହୋଇଛି। ମାଲିୱାଲ କହିଛନ୍ତି ଯେ ନିଜକୁ ବଞ୍ଚାଇବା ପାଇଁ ଏହି ଭିଡିଓକୁ କେଜ୍ରିୱାଲଙ୍କ ଦ୍ୱାରା ଭାଇରାଲ କରାଯାଇଛି । ତେବେ ସେ ପରୋକ୍ଷରେ କେଜ୍ରିୱାଲଙ୍କୁ ଇଙ୍ଗିତ କରିଛନ୍ତି ।ସ୍ୱାତୀ ଏତଲା ଦେବା ପରେ ପୁଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚି ଯାଞ୍ଚ କରିଛି । ଏହି ସମୟରେ ଫରେନସିକ୍ ଟିମ୍ ମଧ୍ୟ ପୁଲିସ ସହ ଥିଲା ବୋଲି ଜଣାପଡ଼ିଛି । ଏବେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଆତିଶୀ ଏହାକୁ ନେଇ ଏକ ବଡ଼ ଦାବି କରିଛନ୍ତି ।