ମଦ ଉଜୁଡ଼ାଇଦେଉଛି ସଂସାର । ମଦ ନିଶାରେ କେବଳ ପରିବାର ଭାଙ୍ଗୁଛି ତା ନୁହେଁ ସମାଜ ବିଗିଡ଼ି ଯାଉଛି ହଜି ଯାଉଛି ମଣିଷପଣିଆ ଅପରାଧ ବଢୁଛି । ନିଶା ପିଇବା ବରେ ମା ଚିହ୍ନି ପାରୁନି ନିଜ ଜନ୍ମ କଲା ସନ୍ତାନ କୁ । ବଢିଲା ପୁଅ ବି ଚିହ୍ନିପାରୁନି ମା କୁ । ସ୍ୱାମୀ ଚିହ୍ନିପାରୁନି । କ୍ରୁର ଓ କରୁଣ ଚିତ୍ର । ଏଭଳି ଏକ କ୍ରୁର ଓ କରୁଣ ଚିତ୍ର ଘଟିଛି ମାଲାକାନଗିରି ଜିଲ୍ଲା ତୁମ୍ବାଲୁଡ଼ା ଗାଁ ରେ । ରାସ୍ତା ଘାଟରେ ଏହି ମଦ ଯୋଗୁଁ ଅପରାଧର ହଟାଉଛି ନିଶା । ଆଠ ବର୍ଷ ର ଶିଶୁକୁ ପିଟିପିଟି ମାରିଦେଲା ମା’ । ନିଶାମୁକ୍ତ ଅବସ୍ଥାରେ ମହିଳା ଜଣକ ନିଜର ୮ ବର୍ଷ ର ଶିଶୁ କୁ ପିଟିପିଟି ମାରି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ପୋଲିସ ଥାନାରେ ମହିଳାଙ୍କୁ ରଖି ପଚରା ଉଚୁରା କରୁଛି ।