ବାଲିଆପାଳ ୨୦/୯( ନି ପ୍ର ) ସୁବର୍ଣ୍ଣରେଖା ନଦୀର ଜଳସ୍ତର ଗୁରୁବାର କମିବା ସତ୍ତ୍ୱେ କମୁନି ଲୋକଙ୍କ ଦୁର୍ଦ୍ଦଶା। ଏବେ ବି ପାଣି ଘେରରେ ବ୍ଲକର ୧୦ ରୁ ଅଧିକ ପଞ୍ଚାୟତ ।ଅନେକ ସ୍ଥାନକୁ ଏବେବି ପହଞ୍ଚି ପାରିନି ପ୍ରଶାସନ । ଆଜି ରାଜଘାଟ ଠାରେ ନଦୀର ଜଳ ସ୍ତର ବିପଦ ସଂକେତ ର ସାମାନ୍ୟ ପ୍ରବାହିତ ହେଉଛି।ସେଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିଲା ବେଳେ ଜଳସ୍ତର କ୍ରମାଗତ ଭାବେ କମିବାକୁ ଲାଗିଛି।ତେବେ ରାଜଘାଟ ଠାରେ ଜଳସ୍ତର କମୁଥିଲେ ବି ବାଲିଆପାଳ ର ତଳିଆ ଅଞ୍ଚଳରେ ବନ୍ୟା ପାଣି ଜମି ରହିଛି। ବ୍ଲକର ୧୦ଟି ପଞ୍ଚାୟତ ବାଲିଆପାଳ, ମଧୁପୁରା, ଅସ୍ତି, ଜାମକୁଣ୍ଡା, ବିଷ୍ଣୁପୁର,କୁମ୍ଭାରୀ,ନିଖିରା,ଘଣ୍ଟୁଆ,ଦେଭୋଗ ଓ ଭୋଗରାଇ ବ୍ଳକର ୧୦ ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି । ବିଶେଷ କରି ବାଲିଆପାଳ ବ୍ଲକର ୧୦ଟି ପଞ୍ଚାୟତର ୪୧ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଆଜି ବି ଅନେକ ଗ୍ରାମ ଏବେ ବି ପାଣି ଘେରରେ ରହିଛି। ସେଗୁଡିକ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ହଜାର ହଜାର ହେକ୍ଟର ଚାଷଜମିରେ ୩ ଫୁଟ ଉଚ୍ଚର ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି । ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି , କେଉଁଠି ଲୋକମାନେ ଘର ଛାତ ଉପରେ ଆଶ୍ରୟ ନେଉଛନ୍ତି ତ ଆଉ କେଉଁଠି ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସ୍ଥାନକୁ ରିଲିଫ ସାମଗ୍ରୀ, ଶୁଖିଲା ଖାଦ୍ୟ, ରନ୍ଧନ ଖାଦ୍ୟ କିମ୍ବା ପିଇବା ପାଣି ପହଞ୍ଚି ପାରି ନାହିଁ ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ଖୁବ୍ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ବନ୍ୟା ପୀଡିତ ଲୋକମାନେ ।
ଅନ୍ୟପକ୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳୀରେ ରଖାଯିବା ସହ ଆଜି ୮ ଶହ ରୁ ଅଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବା ସହ ଟେଙ୍କର ସାହାଯ୍ୟରେ ପିଇବା ପାଣି ଯୋଗାଇ ଦିଆଯାଇଛି । ଏନ ଡି ଆର ଏଫ, ଓ ଡି ଆର ଏଫ, ଅଗ୍ନିଶମ ବାହିନୀ, ଓଡ଼ିଶା ସ୍ପେଶାଲ ରିଲିଫ ଟିମ ନିୟୋଜିତ ରହି ବୋର୍ଟ ମାଧ୍ୟମରେ ବନ୍ୟା ଘେରରେ ଥିବା ଲୋକମାନଙ୍କୁ ଯାତାୟତରେ ସୁବ୍ୟବସ୍ଥା କରୁଥିବା କଥା ବାଲିଆପାଳ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି । ପ୍ରାଣୀ ଚିକିତ୍ସା ବିଭାଗ ଗାଁ ଗାଁ ବୁଲି ଗୃହପାଳିତ ପଶୁମାନଙ୍କୁ ଟିକାଦେଉଥିବା ଦେଖିବାକୁ ମିଳିଛି। ପ୍ରଶାସନ କେବେ ବନ୍ୟା ଘେରରେ ଥିବା ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କର ସମସ୍ତ ସୁବ୍ୟବସ୍ଥା କରୁ ଛନ୍ତି ଦେଖିବାକୁ ବାକି ରହିଲା।
ସୁବର୍ଣ୍ଣ ରେଖା ନଦୀର ଜଳ ସ୍ତର ହ୍ରାସ ସତ୍ତ୍ୱେ କମୁନି ଲୋକଙ୍କ ଦୁର୍ଦ୍ଦଶା
Leave a comment