ଶ୍ରୀ ମନ୍ଦିରକୁ ବିପଦ ଭିତରକୁ ଠେଲିଦେଇ ପରିକ୍ରମା ପ୍ରକଳ୍ପ କରାଯାଇଛି ବେଲି ବିଜେଡ଼ି କୁ ଟାର୍ଗେଟ କରି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଅପରାଜିତା ବିଜେଡ଼ି ର ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ବର୍ଷିଛନ୍ତି । ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଛି ବୋଲି କହିଛନ୍ତି ଅପରାଜିତା । ପୁରୀ ପ୍ରକଳ୍ପ କୁ ବିରୋଧ କରୁଛି ବୋଲି ବଜୁ ଜନତା ଦଳ ଅଭିଯୋଗ କରୁଚି । ବିକାଶ କୁ ନୁହେଁ ବିକାଶର ତରିକା କୁ ବିରୋଧ କରାଯାଇଥିଲା । ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠି ରୁ ଖର୍ଚ୍ଚ କରିଥିଲେ । ଦକ୍ଷିଣ ଭାରତର ଆରକିଟେକଚରାଲ ସଂସ୍ଥା ଭୁମିଯୁକ୍ତି । ଅଭିଜ୍ଞତା ନଥାଇ କିପରି କାର୍ଯ୍ୟ ଦିଅଗଲା । ଯେଉଁ ପ୍ରାଚିନ ମଠ ସବୁ ଭଙ୍ଗାଗଲା ଏବେ ତିଆରି ହେବ । ଶ୍ରୀ ମନ୍ଦିରକୁ ବିପଦ ଭିତରକୁ ଠେଲି ଦିଆଯାଇ ପ୍ରକଳ୍ପ କରାଯାଇଛି । ପ୍ରକଳ୍ପ ପାଇଁ ୪୨୦୦ କୋଟି ଟଙ୍କା ର ବ୍ୟୟ ସାର୍ବଜନୀନ ହେଉ ବୋଲି ସଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂସଦ ପ୍ରତାପ ଷଡ଼ଙ୍ଗୀ, ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀ ହତ୍ୟାା ଘଟଣା କୁ ନେଇ ବିଜେଡ଼ିକୁ ଟାର୍ଗେଟ କରିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡା ବର୍ତ୍ତମାନ ରାଜ୍ୟ ସରକାର ଆଉଟ ସୋର୍ସ ରେ ଚାଳିଛିି ବୋଲି କହିଛନ୍ତି ।