ଅମୃତସର: ଏହି ବଳିଦାନକୁ ମନେପକାଅ ! ଆଜି ଦିନରେ ଜଲିଆନୱାଲା ବାଗ ହତ୍ୟାକାଣ୍ଡ ଘଟିଥିଲା, ଜଲିଆନୱାଲା ବାଗ ହତ୍ୟାକାଣ୍ଡ ହେଉଛି ଭାରତୀୟ ଇତିହାସର ସବୁଠାରୁ ଅନ୍ଧକାର ଅଧ୍ୟାୟ। ଜଲିଆନୱାଲା ବାଗ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ନିକଟରେ ଥିବା ଏକ ଛୋଟ ବଗିଚା । ଏହି ବଗିଚାଟି ବ୍ରିଟିଶ ଶାସନର ଜେନେରାଲ ଡାୟାରର ଅତ୍ୟାତାରର କାହାଣୀକୁ କୁହେ, ଯେତେବେଳେ ସେ ଏଠାରେ ଶତାଧିକ ଲୋକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଦିନ, ୧୩ ଏପ୍ରିଲ ୧୯୧୯ ରେ, ବ୍ରିଟିଶ ଲେଫ୍ଟନାଣ୍ଟ ଜେନେରାଲ ରେଜିନାଲାଲ ଡାୟର ଅମୃତସରର ଜଲିଆନୱାଲା ବାଗରେ ବୈଶାଖୀ ଅବସରରେ ଏକତ୍ରିତ ହୋଇଥିବା ହଜାର ହଜାର ନିରୀହ ଭାରତୀୟଙ୍କ ଉପରେ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇଥିଲେ। ଏହି ଗୁଳିରେ ୧୦୦୦-୨୦୦୦ ଭାରତୀୟଙ୍କର ମୃତ୍ୟୁ ଘଟିଥିଲା। ଏହାଠାରୁ ଅଧିକ ଗୁରୁତର ଭାବେ ଆହତ ହୋଇଥିଲେ। ବଗିଚାରୁ ବାହାରିବାକୁ ଡାୟର୍ ସମସ୍ତ ମାର୍ଗ ବନ୍ଦ କରିଦେଇଥିଲେ ।
ସେହି ଉଦ୍ଦ୍ୟାନର ଖୋଲା ଥିବା ଗୋଟିଏ ରାସ୍ତାରେ ଜେନେରାଲ ଡାୟାରଙ୍କ ଦ୍ୱାରା ସଶସ୍ତ୍ର ଯାନ ଥିବା ଗାଡି ଠିଆ କରି ଦିଆଯାଇଥିଲା। ସେ ପ୍ରାୟ ୧୦୦ ସୈନିକଙ୍କ ସହ ଉଦ୍ଦ୍ୟାନର ଦ୍ୱାରରେ ପହଞ୍ଚିଥିଲେ। ତାଙ୍କର ପ୍ରାୟ ୫୦ ସୈନିକଙ୍କ ପାଖରେ ବନ୍ଧୁକ ଥିଲା। ସେ ସେଠାରେ ପହଞ୍ଚି କୌଣସି ଚେତାବନୀ ନ ଦେଇ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଗୁଳି ବିନିମୟ ହେତୁ ଲୋକମାନେ ଗଛ କାଟିବା ପରି ପଡିବାକୁ ଲାଗିଥିଲେ। ଗୁଳି ବିନିମୟ ଯୋଗୁଁ ଅନେକ ନିରୀହ ଭାରତୀୟ ଭୟଭୀତ ହୋଇ ଉଦ୍ଦ୍ୟାନ ସ୍ଥିତ ଏକ କୂଅକୁ ଡେଇଁପଡିଥିଲେ। ଗୁଳି ବିନିମୟ ପରେ କୂଅରୁ ୨୦୦ ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଥିଲା।। ଜଲିଆନୱାଲା ବାଗ ହତ୍ୟାକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା ।
ଏହା ଫଳରେ ରବିନ୍ଦ୍ରନାଥ ଟାଗୋର ପ୍ରଥମ ଏସୀୟ ନୋବେଲ ପୁରସ୍କାର ବିଜେତା ଭାବେ ନିଜ ନାଇଟ ଉପାଧି ପ୍ରତ୍ୟାହାର କରିନେଇଥିଲେ। ଏହି ହତ୍ୟାକାଣ୍ଡ ବ୍ରିଟେଶ ଶାସନ ଉପରୁ ଭାରତୀୟଙ୍କ ବିଶ୍ୱାସ ଦୋହଲାଇ ଦେଇଥିଲା । ଏହାଫଳରେ ୧୯୨୦-୨୨ରେ ମୁଣ୍ତ ଟେକଥିଲା ଅସହଯୋଗ ଆନ୍ଦୋଳନ । ଜାଲିଆନୱାଲା ବାଗ ହତ୍ୟାକାଣ୍ଡ ହେଉଛି ବ୍ରିଟିଶ ଇତିହାସର ସେହି କଳା ପୃଷ୍ଠା ଯାହା ବ୍ରିଟିଶମାନଙ୍କ ଅତ୍ୟାଚାରକୁ ପ୍ରତିଫଳିତ କରିଥାଏ ।