ଗତ ସପ୍ତାହରେ ସୋସିଆଲ ମିଡ଼ିଆ କମ୍ପାନୀ ସହ ଅଷ୍ଟ୍ରେଲିଆ କମ୍ପାନୀ ର ବିବାଦ ବଢିଛି । ଏକ ହିଂସଦ ଭିଡ଼ିଓ କୁ ସୋସିଆଲ ମିଡ଼ିଆ ସାଇଟ ରୁ ହଟାଇବା ପାଇଁ ସରକାର ଓ କମ୍ପାନୀ ମଧ୍ୟରେ ଦେଖାଯାଇଛି ବିବାଦ । ଲୋକ ଅନଲାଇନ ରେ କଣ ଦେଖିବେ ଏହାର ନିଷ୍ପତ୍ତି କମ୍ପାନୀ କରୁଛି । ସାମଗ୍ରୀ ଉପରେ କୌଣସି ପ୍ରକାର ଲଗାମ ନାହିଁ । ଏକ ସମ୍ପର୍କରୁ ଯାଞ୍ଚ ପାଇଁ ଅଷ୍ଟ୍ରେଲିଆ ସରକାର ପକ୍ଷରୁ ସମିତି ଗଠନ କରାଯାଇଛି ଓ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । ଆମେରିକା ୟୁରୋପ ଏସିଆ ଯାଏଁ ବିଶ୍ୱ ଗୋଟି ଏ ପରେ ଗୋଟଏ ଦୋ ର ସରକାର ସୋସିଆଲ ମିଡ଼ିଆ କମ୍ପାନୀ କୁ ଉତ୍ତରଦାୟୀ କଲାଣି । ଆମେରିକା ରେ ନିକଟ ରେ କେତେକ ସୋସିଆଲ ମିଡ଼ିଆ କମ୍ପାନୀ ଗୁଡ଼ିକୁ ସଂସଦ ରେ ପହଞ୍ଚିବାକୁ ପଡ଼ିଛ ି ସଂସଦ ଙ୍କ ପ୍ରଶ୍ନ ର ଉତ୍ତର ଦେବାକୁ ପଡ଼ିଛି । ୟୁରୋପ ରେ ଅନେକ ଥର ଫେସବୁକ ଏବଂ ଗୁଲଲ ୁପରେ ଜୋରିମାନା ଲଗାଯାଇଛି । ଆର୍ଥିକ ଓ ବିତୀୟ ନିୟମ ର ଉଲେଙ୍ଘନ କୁ ନେଇ ସୋସିଆଲ ମିଡ଼ିଆ କମ୍ପାନୀ କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।