ଆଜି ଗଞ୍ଜାମ ର କନିଶି ଠାରେ ଅନୁଷ୍ଠିତ ଜନସଭାରେ ସୁଚନା ଦେଇଛନ୍ତି ୫-ଟି ଅକ୍ଷକ୍ଷ କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି ଆଜି ସନ୍ଧ୍ୟାରେ ଆସିବ ବିଜେଡ଼ି ଇସ୍ତାହାର । ଏହି ଜନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ନାୟକ କହିଛନ୍ତି ଯେ ଆପଣ ମାନେ ମତେ କୁହନ୍ତୁ ମିଶନ ଶକ୍ତି ଭଲକି? , ଲକ୍ଷ୍ମୀବସ ଭଲ କି?, ଚାଷୀ ର କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା ଆଉ ନବୀନ ପଟ୍ଟନାୟକ ଭଲ କି ବୋଲି ପ୍ରଶ୍ପ କରିଛନ୍ତି । ଏହା ସହ ବିରୋଧୀ ଙ୍କୁ ଟାର୍ଗେଟ କରି ବିଜେଡ଼ି ସୁପ୍ରିମୋ କହିଥିଲେ ଦଲାଲ ପ୍ରାର୍ଥୀ ଙ୍କୁ ଆର୍ଶୀବାଦ ନକରି ବିଜେଡ଼ି କୁ କରନ୍ତୁ । କାର୍ତ୍ତିକ ପାଣ୍ଡିଆନ ଏହି ଅବସରରେ ଯୋଡ଼ି ଶଙ୍ଖ ରେ ଭୋଟ ଦେବାକୁ ନିବେଦନ କରିଥିଲେ ଏହି ସଭାର ରେ ସ୍ୱାଗତ ଜଣାଇଛନ୍ତି ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ।