ଆଜି ବାତ୍ୟା ମିଗଜୋମ ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ । ଭୀଷଣ ବାତ୍ୟା ହୋଇ ମିଗଜୋମ ବାପଟାଲା ପାଖାପାଖି ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାକୁ ସର୍ବାଧିକ ୧୧୦ କିମି ପର୍ଯ୍ୟନ୍ତ ରହିବ। ବାତ୍ୟା ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି ।
ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଗଜପତି ଜିଲ୍ଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲି ସମସ୍କ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ତେଣୁ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ତେବେ ଓଡିଶା ଉପରେ ସେଭଳି କୌଣସି ପ୍ରଭାବ ନାହିଁ ବୋଲି ଆଇଏମଡି ସ୍ପଷ୍ଟ କରିଛି । ଆଜି ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି ।