ଆସିଲା ବାଘ ଗଣନା ରିପୋର୍ଟ । ରାଜ୍ୟରେ ବଢିଲା ବାଘ ସଂଖ୍ୟା । ରିପୋର୍ଟ ଅନୁସାରେ, ଓଡିଶା ଜଙ୍ଗଲରେ ୩୦ ମହାବଳ ବାଘ ଅଛନ୍ତି । କେବଳ ଶିମିଳିପାଳରେ ୨୪ ମହାବଳ ବାଘ ଅଛନ୍ତି । ସେହିଭଳି ୧ ବର୍ଷରୁ କମ୍ ୮ ବାଘ ଛୁଆ ଶିମିଳିପାଳରେ ଅଛନ୍ତି । ବାଘ ଗଣନା ରିପୋର୍ଟ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିୟମିତ ବ୍ୟବଧାନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବାଘ ମୃତ ଖବର ଆସୁଥିବା ବେଳେ ଶିକାରୀଙ୍କଠାରୁ ବାଘଛାଲ ସମେତ ଅନ୍ୟ ଅଙ୍ଗ ଓ ଅଂଶ ଜବତ ହେଉଛି। ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେଉଛି। ଯାହାଦ୍ୱାରା ଖୁବ କମ୍ ଦିନ ମଧ୍ୟରେ ଓଡ଼ିଶା ଜଙ୍ଗଲ ବାଘ ଶୂନ୍ୟ ହେବା ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଥିଲେ। କିନ୍ତୁ ବର୍ତ୍ତମାନ ଗଣନା ରୁ ମିଳିଛି ଅସ୍ବସ୍ତିକର ଖବର ,ବାଘ ଗଣନା ପାଇଁ ୧୪୩୨ଟି ଟ୍ରାପ୍ କ୍ୟାମେରା ବ୍ୟବହାର ହୋଇଥିଲା । ୧୫ ଅକ୍ଟୋବର ୨୦୨୩ରୁ ୧୦ ଫେବୃଆରୀ ୨୦୨୪ ମଧ୍ୟରେ ଏହି ଗଣନା ହୋଇଥିଲା । ୪୭ ଫରେଷ୍ଟ ଡିଭିଜନକୁ ଏହି ବାଘ ଗଣନାରେ ସାମିଲ କରାଯାଇଥିଲା । ମୋଟ ୫୬୭ଟି ଫଟୋ ଉଠାଯାଇ ବିଶ୍ଲେଷଣ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।ଶିମିଳିପାଳକୁ ଛାଡି କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ଗୋଟିଏ ଲେଖାଁଏ ପୁରୁଷ ମହାବଳ ଅଛନ୍ତି । ମୋଟ ୩୦ ମହାବଳ ମଧ୍ୟରୁ ୧୩ ପୁରୁଷ ମହାବଳ ଓ ୧୪ ବାଘୁଣୀ ଚିହ୍ନଟ ହୋଇଛନ୍ତି ।