କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ STF କବଜାରେ ବାଘଛାଲ ଶିକାରୀ । କଲରାପତରିଆ ବାଘ ଚମଡା ଜବତ କଲା ଏସ୍ଟିଏଫ୍ । କଲରାପତରିଆ ବାଘଛାଲ ଡିଲ୍ ବେଳେ ଶିକାରୀଙ୍କୁ ମାଡ଼ିବସିଲା STF । ବଲାଙ୍ଗିର ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା-ମନମୁଣ୍ଡା ରାସ୍ତା ମେହେରୁଣୀ ସେତୁ ନିକଟରେ ଚାଲିଥିଲା ଡିଲ୍ । ଗିରଫ ଅଭିଯୁକ୍ତ ହେଲା ପରିବନ୍ଧ ଗ୍ରାମର ନାରାୟଣ ମାଝୀ । ଗିରଫ ପରେ ତାକୁ କଣ୍ଟାମାଳ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଏନେଇ ଏସଟିଏଫ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ ହୋଇଛି । ଜବତ କଲରାପତରିଆ ବାଘ ଛାଲକୁ ପରୀକ୍ଷା ପାଇଁ ଡେରାଡୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନକୁ ପଠାଯିବ ।