ଟାଇମ୍ସ ଟାୱାରରେ ଲାଗିଲା ନିଆଁ । ଧୁଆଁମୟ ହେଲା ପରିବେଶ । ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଥିବା ଟାଇମ୍ସ ଟାୱାର ବିଲଡିଂରେ ନିଆଁ ଲାଗିଛି । ସାତ ମହଲା ବିଶିଷ୍ଟ ଏହି କୋଠାରେ ଅଚାନକ ଲାଗିଥିଲା ନିଆଁ । ଏହି ଅଗ୍ନିକାଣ୍ଡ ସକାଳ ପ୍ରାୟ ସାଢ଼େ ୬ଟାରେ ଘଟିଥିଲା । ଖବର ପାଇବା ପରେ ୮ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ ।ଅଗ୍ନିକାଣ୍ଡର ମାତ୍ର ଏତେ ଅଧିକ ଥିଲା ଯେ, ଅଗ୍ନିଶମ ବିଭାଗ ଏହାକୁ ଲେଭଲ୍ ୨ ଅଗ୍ନିକାଣ୍ଡ ବୋଲି ଘୋଷଣା କରିଛି । ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଅଗ୍ନିଶମ ଇଞ୍ଜିନ୍ ଏବଂ ଅନ୍ୟ ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଇଥିଲେ ବୋଲି ଅଧିକାରୀ କହିଛନ୍ତି । ଅନ୍ୟପଟେ ଏହି ଅଗ୍ନିକାଣ୍ଡରେ ଏବେ ସୁଦ୍ଧା କୌଣସି ମୃତାହତର ଖବର ସାମ୍ନାକୁ ଆସିନାହିଁ ବୋଲି ଅଧିକାରୀ କହିଛନ୍ତି ।