ରାଜ୍ୟସ୍ତରରେ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି । ରାଜ୍ୟରେ ବିଜେପିର ନୂଆ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ସ୍ଵାୟତ୍ତ ଶାସନ ଦିବସ ପାଳନ ହେଉଛି ।
ଏହି ଅବସରରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ୧୧୫୧ କୋଟି ଟଙ୍କାର ୪୮୧ ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୩୬ ଟି ଲୋକାଭିମୁଖୀ ପ୍ରକଳ୍ପର ଶିଳାନ୍ୟାସ ହେବ । ସେହିପରି ୨୭ ଜଣ ପୌର ପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତି ପତ୍ର ଦିଆଯିବ ।