ଆଜି ପବିତ୍ର ଶ୍ରବଣା ମକର ନକ୍ଷେତ୍ରରେ ଶ୍ରୀ ମନ୍ଦିରରେ ମହା ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏହା ସହ ଶ୍ରୀ ରାମ ନବମୀ ଆରମ୍ଭ ହୋଇଥିବା ଶ୍ରୀ କ୍ଷେତ୍ର ସାହିଜାତ ମଧ୍ୟ ଚଳିତ ବଷଁ ପାଇଁ ଶେଷ ହେବ । ଶ୍ରୀ ମନ୍ଦିର ରେ ମଧ୍ୟାହ୍ନ ଧୁପ ପରେ ନକ୍ଷତ୍ର ରେ ଦିଅ ଙ୍କୁ ବିଜେ କରିବା ପରେ ବନ୍ଦାପନା କରି ନକ୍ଷେତ୍ର ବେଢା କୁ ଦିଅଁ ବିଜେ କରିବେ । ଜୟବିଜୟ ଦ୍ୱାର ରେ ଭୋଗ ଓ ବନ୍ଦାପନା ନୀତି ହେବା ପରେ ଦିଅଁ ଦକ୍ଷିଣ ଘରକୁ ବିଜେ କରିବେ । ସେଠାରେ ଅନ୍ୟାନ୍ୟ ନୀତି ହେବା ପରେ ସନ୍ଧ୍ୟାରେ ଶ୍ରୀ ରାମ , ଲକ୍ଷ୍ମଣ, ଓ ଦେବୀ ସୀତା ପାଲିଙ୍କି କୁ ବିଜେ କରି ଶ୍ରୀ ଜଗନ୍ନାଥ ବଲ୍ଲଭ ମଞ୍ଚକୁ ବିଜେ କରିବେ । ୩ ଜଣ ସେବାୟକ ଭରତ ସତ୍ରୁଘ୍ନ ଚରିତ୍ର ଧାରଣ ପୂର୍ବକ ପ୍ରଭୁ ରାମଙ୍କ ପାଦୁକା ଦ୍ୱୟ କୁ ସାଙ୍ଗରେ ନେବେ । ଯୋହେତୁ ପ୍ରଭୁ ଶ୍ରୀ ରାମ ମହାପ୍ରଭୁ ଙ୍କ ଅବତାରୀ ସେହି ଦୃଷ୍ଟିରୁ ଅନେକ କାଳରୁ ଶ୍ରୀ ମନ୍ଦିରର ଜନ୍ମ ତିଥି ଠାରୁ ରାମାଭିଷେକ ନୀତି ପାଳନ କରାଯାଇଆସୁଅଛି ।